‘ନିନ୍ଦା ସହିବାର ଅଛି ବୋଲି ସତ କହିଲି’
କଳାକାରଙ୍କ ପ୍ରତି ଅନ୍ୟାୟ ଦେଖି ମୁହଁ ଖୋଲିଲି । ଚେତାବନୀ ଦେଇନି କି, ଚ୍ୟାଲେଞ୍ଜ ବି କରିନି । ନିନ୍ଦା ସହିବାର ଶକ୍ତି ଅଛି ବୋଲି ସତ କହିଛି । ସତ କହି ମୁଁ ଅନୁତପ୍ତ ନୁହେଁ। ନରି ପଣ୍ଡାଙ୍କ ବୟକଟକୁ ନେଇ ଦେଇଥିବା ବିବୃତ୍ତି ବାବଦରେ ପ୍ରତିକ୍ରିୟା ରଖି ଏପରି କିଛି କହିଛନ୍ତି ଜଲିଉଡର ଜଣାଶୁଣା ଅଭିନେତ୍ରୀ ନମିତା ଭୂୟାଁ। ଜଣେ କଳାକାରଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅନୁଭବ କଲି, ତେଣୁ ମୁହଁ ଖୋଲିଲି… ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି, ସତର ସାଥ୍ ଦେଇ ଯଦି ମୋତେ ବି ବୟକଟ୍ ହେବାକୁ ପଡ଼େ ତେବେ ମୋର ଦୁଃଖ ନାହିଁ ବୋଲି କହିଛନ୍ତି ନମିତା। ନମିତା ଆହୁରି ବି କହିଛନ୍ତି- ସେ କୌଣସି ମାଲିକ ସଙ୍ଘକୁ ଚ୍ୟାଲେଞ୍ଜ କରିନାହାନ୍ତି, କେବଳ ସତର ସାଥ୍ ଦେଇଛନ୍ତି। ସତ କଥା କହି ସେ ତିଳେମାତ୍ର ଦୁଃଖିତ ନାହାନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)