Advertisment

Nari Panda: ନରି ପଣ୍ଡାଙ୍କୁ ବର୍ଷେ ଯାଏଁ ବୟକଟ୍ କଲା ମାଲିକ ସଂଘ

ପୁଣି ବଢ଼ିଲା ଯାତ୍ରା ମାଲିକ-ଅଭିନେତା ବିବାଦ। ପୀୟୁଷ ତ୍ରିପାଠୀ ବନାମ ଯାତ୍ରା ସିଂହବାହିନୀ ବିବାଦ ପରେ ଘନେଇଛି ହାସ୍ୟ ଅଭିନେତା ନରି ପଣ୍ଡା ବନାମ୍ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳଙ୍କ ମଧ୍ୟରେ ବିବାଦ।

author-image
Santosh Kumar Sahoo

ଯାତ୍ରା ମଞ୍ଚ ବାହାରେ ଚାଲିଛି କ’ଣ ? ଗୋଟିଏ ପରେ ଗୋଟିଏ ବିବାଦ। ମୁହାଁମୁହିଁ ମାଲିକ-ଅଭିନେତା। ତୁଳସୀ ଗଣନାଟ୍ୟ ମାଲିକ ଏବଂ ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ନରିଙ୍କୁ ଶେଷରେ ବୟକଟ୍ କରିଛି ଯାତ୍ରା ମାଲିକ ସଂଘ। ଭୁବନେଶ୍ବରରେ ୧୩ଟି ଯାତ୍ରା ପାର୍ଟି ମାଲିକ ମେଳି କରି ନରିଙ୍କ ବିରୋଧରେ ନେଇଛନ୍ତି ମିଳିତ ରୁଦ୍ଧଦ୍ବାର ନିଷ୍ପତ୍ତି। ଅଶାଳୀନ ମନ୍ତବ୍ୟ ଓ ଅଭିଯୋଗର ଆଧାର ନଥିବା ଦର୍ଶାଇ ସଂଘ ବୟକଟ୍ ନିଷ୍ପତ୍ତି ନେଇଛି। ତେବେ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ନରି କହିଛନ୍ତି।ତେଣେ ଏବର୍ଷ ପୀୟୁଷ ଘରେ ହିଁ ରହିବ ବୋଲି ବାପା ନଗେନ୍ଦ୍ରଙ୍କ ଚିଠି ପରେ ଯାତ୍ରା ଜଗତରେ ଦେଖାଦେଇଛି ହଲଚଲ୍। 

Advertisment
Jollywood
Advertisment
Advertisment