Plus Two Exam
ଫୁଲ, ଚନ୍ଦନ ଓ ବନ୍ଦାପନା ସହ ପରୀକ୍ଷା ହଲରେ ପ୍ରବେଶ କଲେ ଛାତ୍ରଛାତ୍ରୀ । ଶିକ୍ଷା ଜୀବନର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ଭଦ୍ରକରେ ହୋଇଥିଲା ଏଭଳି ବ୍ୟବସ୍ଥା । ସେପଟେ କୋରାପୁଟରେ ବି ଆରମ୍ଭ ହୋଇଛି ପ୍ଲସ୍ ଟୁ ବିଜ୍ଞାନ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ନୟାଗଡରେ ବି ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀ ବି ଖୁସ୍ । ସେପଟେ ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)