Advertisment

ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ?

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି...

author-image
Santosh Kumar Sahoo

ପାୱାର୍ କରିଡରରେ କଂପନ ସୃଷ୍ଟି କରିଥିବା ହାଇପ୍ରୋଫାଇଲ୍ ‘ଚାର୍ ସୌ ବିଶ୍’ ଲେଡି ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ବ୍ୟବସାୟୀ ସରୋଜ ସାହୁ ? ପୋଲିସଠୁ ନ୍ୟାୟାଳୟ ଯାଏଁ ମୁଣ୍ଡ ଗୋଲ୍। କାରଣ ସରୋଜ ହିଁ ତାଙ୍କ ସ୍ବାମୀ ଏବଂ ସେ ଅସୁସ୍ଥ ଥିବା ଦର୍ଶାଇ ଆଜି ଜାମିନ୍ ଲୋଡ଼ିଥିଲେ ହଂସିତା। କିନ୍ତୁ କୋର୍ଟରେ ହଂସିତାଙ୍କ ଓକିଲ ଏବଂ ପ୍ରତିପକ୍ଷ ଓକିଲଙ୍କ ଜବାବ ସୁଆଲ୍ ରୋଚକ ମୋଡ଼ରେ ପହଞ୍ଚିବା ପରେ ଆସନ୍ତା ୧୮ରେ ଜାମିନ ବିଚାର ହେବ ବୋଲି କୋର୍ଟ କହିଛନ୍ତି।

Advertisment
Bhubaneswar
Advertisment
Advertisment