ସରକାରୀ ଚାକିରିରେ ଯାହା ଦରମା ମିଳୁଥିଲା, ତାହା କେବଳ ନାଁକୁ ଥିଲା । ବାବୁ ଯେତିକି ଉପୁରି ଆୟ କରୁଥିଲେ, ତା’ଆଗରେ ଦରମା କିଛି ବି ନୁହଁ । ଯେଉଁ ବାଟଦେଇ ବାବୁ ଅମାପ ସମ୍ପତ୍ତି ଠୁଳ କରି ବିଳାସମୟ ଜୀବନ ଜୀଉଁଥିଲେ, ତାହା ଦେଖି ସମସ୍ତେ ତାଟକା । ପର ଧନରେ କୁବେର ହେବାର ନିଶା ଘାରିଥିବା ଆଉ ଜଣେ ବାବୁ । ନାଁ ତାରାପ୍ରସାଦ ମିଶ୍ର । ଥିଲେ R & B ବିଭାଗର ମୁଖ୍ୟଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡରୁ ଯାହା ମିଳିଛି ତାହା ସମସ୍ତଙ୍କୁ ତାଟକା କରିଛି ।
Published By: Satyendu Shekher Mishra
Last updated: 12 August 2024, 10:26 PM IST
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।