ହାଟରେ ହେଉ କି ବାଟରେ, ଘରେ ହେଉ କି ଦାଣ୍ଡରେ। ସତେ ଯେମିତି ଯମ ସାଜି ଛକି ରହିଥିବା ଅପରାଧୀ, ମଣିଷକୁ ମରଣ କୋରଡ଼କୁ ଝାମ୍ପି ନେଉଛି ଆଖି ପଲକେ। ଯାହାର ଏକ ନମୁନା ଗତ ରାତିରେ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିସ୍ତବ୍ଧ ରାତିରେ ଠକ୍ ଠକ୍ ଶବ୍ଦ ଶୁଣି କବାଟ ଖୋଲିଲା ବେଳକୁ ଗୁଳି ମାଡ଼ରେ ଚାଲିଗଲା ୭ ମାସର ଗର୍ଭଧାରଣ କରିଥିବା ଜଣେ ମହିଳାଙ୍କ ଜୀବନ। କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।
Published By: Satyendu Shekher Mishra
Last updated: 12 December 2024, 10:29 PM IST
ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।