Advertisment

Stolen Bike Busted: ଚାଲାଣ କଟିବାରୁ ଧରାପଡ଼ିଲା ସ୍କୁଟର୍ ଚୋର

ହେଲମେଟ ପିନ୍ଧିନଥିବାରୁ ଏହି ଫାଇନ୍ କଟିଥିଲା। ଆଉ ଏହାକୁ ଜାଣିପାରିଥିଲେ ଗାଡ଼ି ମାଲିକ। ଚାଲାଣ ଆସିଲା କିନ୍ତୁ ପାଖରେ ଗାଡ଼ି ନଥିଲା। ଏନେଇ ଥାନାରେ ଅଭିଯୋଗ ଦେବା ପରେ ପୋଲିସ୍ ଚୋରକୁ ଟ୍ରାକ୍ କରିଥିଲା।

author-image
Santosh Kumar Sahoo

ଚାଲାଣ କଟିବାରୁ ଧରାପଡ଼ିଲା ସ୍କୁଟର୍ ଚୋର। ଏଭଳି କିଛି ରୋମାଞ୍ଚକର ଘଟଣା ଘଟିଛି ଭୁବନେଶ୍ବରରେ। ଭୁବନେଶ୍ବର ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ଏକ ସ୍କୁଟର ଚୋରି କରି ଚୋର ଫେରାର ମାରିଥିଲା। ହେଲେ ଭୁବନେଶ୍ବର ହଂସପାଳ ଛକରେ କଟିଥିଲା ଫାଇନ୍। ହେଲମେଟ ପିନ୍ଧିନଥିବାରୁ ଏହି ଫାଇନ୍ କଟିଥିଲା। ଆଉ ଏହାକୁ ଜାଣିପାରିଥିଲେ ଗାଡ଼ି ମାଲିକ। ଚାଲାଣ ଆସିଲା କିନ୍ତୁ ପାଖରେ ଗାଡ଼ି ନଥିଲା। ଏନେଇ ଥାନାରେ ଅଭିଯୋଗ ଦେବା ପରେ ପୋଲିସ୍ ଚୋରକୁ ଟ୍ରାକ୍ କରିଥିଲା। ଚୋର ଜଣକ କଟକରେ ବିକ୍ରି କରିବା ଖବର ମିଳିବା ପରେ ଚୋରକୁ ଧରିଥିଲା ପୋଲିସ୍ ।

Advertisment
Bhubaneswar Loot Traffic Challan
Advertisment
Advertisment