ଭାଷା ସିନା ବୁଝି ହେଉନି, ହେଲେ ମୁହଁର ଭାବ କହୁୁଛି ମୁକ୍ତିର ଆନନ୍ଦ କେତେ । ଅନ୍ୟପଟେ ସେହି ସରଳ ମୁଖମଣ୍ଡଳ ବୟାନ କରୁଛି, ନିର୍ଦ୍ଦୋଷ ହୋଇ ବି ଦୀର୍ଘ ୬ ମାସ ଧରି ଜେଲ ଭିତରେ ପେଷି ହେବାର ଯାତନା ଓ ଯନ୍ତ୍ରଣା କେତେ । ଆମେ କହୁଛୁ ବଲାଙ୍ଗିର ଜେଲରୁ ଜାମିନରେ ମୁକୁଳିଥିବା ଯୁବକ ଏସ.ପାଇତି ରାଜୁଙ୍କ କଥା । ତାଙ୍କ ଘର ଆନ୍ଧ୍ରପ୍ରଦେଶର ଭାଇଜାଗରେ । ତେବେ ତାଙ୍କ ଜେଲ ଯିବା ପଛର କାହାଣୀ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ । ପୋଲିସର ତଦନ୍ତ ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିବ । ୨୦୨୨ ଜାନୁଆରୀ ୪ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର ଆଦର୍ଶ ଥାନା ପୋଲିସ, ସହର ଭିତରେ ଥିବା ଏକ ଏଟିଏମ୍ ଭିତରୁ ତାଙ୍କୁ ଉଠାଇ ନେଇଥିଲା ।
Published: Satyendu Shekher Mishra
Last updated: 19 June 2022, 09:46 PM IST
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।