୨୨ ବର୍ଷୀୟ ପୁଅ ବିଷ୍ଣୁ ବର୍ମା ୫୫ ବର୍ଷୀୟ ବାପା କାର୍ତ୍ତୀ କୁମାର ବର୍ମାଙ୍କୁ ହତ୍ୟା କରିଛି । ହେଲେ କାର୍ତ୍ତୀ କାହିକିଁ ତା’ ପତ୍ନୀକୁ ହତ୍ୟା କରିଥିଲା । ଏବଂ ପୁଅ ବିଷ୍ଣୁ ବାପା କାର୍ତ୍ତୀକୁ କିପରି ହତ୍ୟା କଲା ତା’ ଏଯାଏଁ ସ୍ପଷ୍ଟ କରିନି ପୋଲିସ । କିନ୍ତୁ, ଗତ କିଛି ବର୍ଷ ତଳେ ବିଷ୍ଣୁଙ୍କ ମାଆଙ୍କୁ ହତ୍ୟା ଅଭିଯୋଗରେ ବାପା ଜେଲ୍ ଯାଇ ଫେରିଥିଲେ ଡିସେମ୍ବର ୨୦୨୪ରେ ଜେଲ୍ରୁ ମୁକୁଳିଥିଲା । ଆଉ ଜେଲ୍ରୁ ଘରକୁ ଫେରି ପୁଅକୁ ଅତ୍ୟାଚାର କରିଥିଲା । ଏଥିରେ ଅତିଷ୍ଠ ହୋଇ ପୁଅ ବାପାକୁ ହତ୍ୟା କରିଥିବା ପୋଲିସ୍ କହିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ପୋଲିସ୍ କରୁଛି । ଏହାକୁ ମିଶାଇ ଗଲା ୫ ଦିନ ଧରି ରାଉରକେଲାରେ ୫ଟି ହତ୍ୟା ମାମଲା ସାମ୍ନାକୁ ଆସିଲାଣି।
Published By: Deviprasad Jena
Last updated: 14 April 2025, 01:32 PM IST
ପୁଲିସ ଏହି ହତ୍ୟା ମାମଲାରେ ଜଣେ ୨୨ ବର୍ଷୀୟ ଯୁବକ ସୌରଭ କୁମାର ଏବଂ ତା ଅଭିଭାବକଙ୍କୁ ଗିରଫ କରିଛି। ଏକ ହତ୍ୟା ଅଭିଯୋଗରେ ଜେଲରେ ଥିବା ସୌରଭର ଭାଇର ଜାମିନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ପାଇଁ ସୌରଭ ଶ୍ରୀ ମିଶ୍ରଙ୍କ ଘରେ ଲୁଟ୍ ଯୋଜନା କରିଥିଲା। କିନ୍ତୁ ସଫଳ ନହେବାରୁ ଗୁଳି ମାଡ଼ କରିଥିଲା।