Advertisment

Fake Doctor: ନକଲି ଡାକ୍ତର ଆତଙ୍କ, ହାର୍ଟ ଅପରେସନ୍ କରି ୭ ଜୀବନ ନେଲା

ନକଲି ଡାକ୍ତର ଆତଙ୍କରେ ଛାନିଆ ରୋଗୀ । ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା । ରୋଗୀ ଯାହାକୁ ଭାବୁଥିଲେ ଭଗବାନ, ସେ ପାଲଟିଲା ସୈତାନ ।

author-image
Namita Biswal
ଅଦ୍ୟତନ ହୋଇଛି

ନକଲି ଡାକ୍ତର ଆତଙ୍କରେ ଛାନିଆ ରୋଗୀ । ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା । ରୋଗୀ ଯାହାକୁ ଭାବୁଥିଲେ ଭଗବାନ, ସେ ପାଲଟିଲା ସୈତାନ । ଏମିତି ଏକ ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଥିବା ମିଶନ ହସ୍ପିଟାଲରେ ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଇଛି ଜଣେ ନକଲି ଡକ୍ଟର । ନିଜକୁ ବ୍ରିଟେନର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଏନ୍ ଜନ୍ କାଇମ୍ ଭାବେ ପଚିଚୟ ଦେଇ ସେ ଏହି ହସ୍ପିଟାଲରେ ଚାକିରି କରିଥିଲା । ହେଲେ ତା'ର ପ୍ରକୃତ ନାମ ହେଉଛି ବିକ୍ରମାଦିତ୍ୟ ଯାଦବ । ତା' ପାଖରେ କୌଣସି ଡାକ୍ତରୀ ଡିଗ୍ରୀ ନଥିବା ବେଳେ ଜନ୍ କାଇମଙ୍କ ନାଁରେ ଏକ ଫେକ ଡିଗ୍ରୀ ଦେଖାଇ ଚାକିରି ପାଇଥିଲେ । 

Advertisment
Madhya Pradesh Heart Surgery Fake Doctor
Advertisment
Advertisment