Murder In Dhenkanal
ରାତି ଅଧରେ ସ୍ୱାମୀ ଘରେ ବୁହାଇଲା ରକ୍ତର ନଦୀ । ପିଶାଚ ସାଜି ନିଜ ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା । ଜୀବନ ନଯିବାରୁ ଗୋଡ଼ାଇ ଗୋଡ଼ାଇ କାତିରେ ହାଣିଲା । ଏଭଳି ଏକ ଛାତିଥରା ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗ୍ରାମରେ ଘଟିଛି । ମାୟାଧର ବେହେରା ନାମକ ଏହି ବ୍ୟକ୍ତି ଶାଳୀ ପ୍ରତି ପ୍ରେମ ଓ ସମ୍ପତ୍ତି ପାଇବାର ଲୋଭରେ ରାକ୍ଷସ ପାଲଟି ଯାଇଥିଲା । ଆଉ ନିଜ ସ୍ତ୍ରୀ ଆଉ ଜନ୍ମକଲା ପୁଅକୁ ମାରିବାକୁ ପଛାଇନାହିଁ। ନିଶବ୍ଦ ରାତିରେ ସମସ୍ତେ ଅଚିନ୍ତା ନିଦରେ ଶୋଇଯାଇଥିବା ବେଳେ ପରିବାରର ୩ ସଦସ୍ୟକୁ ଏକ ଦେଶୀ ବନ୍ଧୁକରେ ଗୁଳି କରିଥିଲା ମାୟାଧର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)