ଲୁଟ୍ ଖବର ପାଇବା ପରେ ଖୋଦ୍ ଡିସିପି ଘଟଣା ସ୍ଥଳକୁ ଯିବା ସହ ଲୁଟେରାଙ୍କ ଲୁଟ୍ ଷ୍ଟାଇଲ ନେଇ ଅନୁଧ୍ୟାନ କରିଛନ୍ତି। ଏଥିସହ ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛନ୍ତି। ଗତ କିଛି ଦିନ ଧରି ରାଜଧାନୀରେ ଚାଲିଥିବା ଲୁଟପାଟ୍ ସହ ଏଟିଏମ୍ ଲୁଟରେ ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରୁଛି। ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା SBI ଏଟିଏମ୍ ରୁ କିଭଳି ଲୁଟ୍ ହେଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Published By: Tanmay Kumar Mahalik
Last updated: 11 December 2023, 10:18 PM IST
ଶେଷ ଡାଏରି ୨୦୧୮ ଜୁନ ୨୪ ରାତିରେ ଲେଖା ହୋଇଥିଲା। ଜୁନ୍ ୨୪ରୁ ୩୦ ସାତ ଦିନ ଯାଏ ବରଗଛ ପୂଜା କରିବାକୁ ଡାଏରିରେ ଲେଖାଯାଇଥିଲା। ସାତ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଘରର ସମସ୍ତ ସଦସ୍ୟ ଠିକ୍ ଢଙ୍ଗରେ କଲେ ମୋକ୍ଷ ମିଳିଯିବ। ବରଗଛର ଓହଳ ଭଳି ବେକରେ ରଶି ବାନ୍ଧି ଝୁଲିବାକୁ କୁହାଯାଇଥିଲା। ଘରେ ଅଳ୍ପ ଆଲୁଅ ରହିବ। ଶୁଣିବା, କହିବା, ଦେଖିବା ବନ୍ଦ। ଏ ସମ୍ପର୍କରେ କେହି ବାହାର ଲୋକଙ୍କୁ ଜଣାଇବେ ନାହିଁ।