Journalist Assaulted
ମୁହଁରେ ଗୁଡ଼ା ହୋଇଛି କଳାକନା । ଗଣମାଧ୍ୟମ ଆଗରେ, ତିନିଜଣ ଅଭିଯୁକ୍ତଙ୍କୁ ଛିଡା କରାଇଛି ବଲାଙ୍ଗିର ପୋଲିସ । ସାର୍ଟ ପିନ୍ଧା ଯୁବକ ଜଣକ ହେଉଛି, ସାମ୍ବାଦିକଙ୍କୁ ଗୋଇଠା ମାରୁଥିବା ଅବିନାଶ ଦଳାଇ । କଳା ଟିସାର୍ଟ ପିନ୍ଧି ମଝିରେ ଛିଡା ହୋଇଥିବା ଆଦିତ୍ୟ ଜେନା ବି ସାମ୍ବାଦିକଙ୍କୁ କମ ପିଟିନଥିଲା ! ଆଉ ଲୁଙ୍ଗି ପିନ୍ଧିଥିବା ଏ ବୟସ୍କ ଲୋକ ଗୁମର ନାଏକର ବି କାରନାମା କମ ନୁହେଁ । ପୋଲିସର କହିବା ମୁତାବକ, ଅବିନାଶ ସହିତ ଆଦିତ୍ୟ ଜେନା ବି ସାମ୍ବାଦିକଙ୍କୁ ମାଡ ମାରିଥିଲା । ଆଉ ସାମ୍ବାଦିକଙ୍କ ଗୋଡହାତ ବାନ୍ଧିବା ପାଇଁ ସାହାଯ୍ୟ କରିଥିଲେ ଗୁମର ନାଏକ ଓ ଗିରଫ ହୋଇଥିବା ନାବାଳକ । କିନ୍ତୁ ଏବେବି ଧରାପଡିନି ପୂରା ଘଟଣାର ମାଷ୍ଟର ମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳେଇ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)