ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୧୦ ଜଣ ଗିରଫ

ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ।

author-image
Santosh Kumar Sahoo

ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୨୦ ବର୍ଷିୟା କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଘନ ଘନ ତଦନ୍ତ ପରେ ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। କହିଛନ୍ତି, ଦୁର୍ବୃତ୍ତମାନେ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ୪ ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ସାବାଳକ ଭାବେ ବିଚାର କରି କଠୋର ଦଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ। 

Gopalpur Berhampur SP