Crime
ଜେଲରୁ ବାହାରୁଛନ୍ତି ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି । ଶାନ୍ତ ପଡ଼ିଥିବା ସହରରେ ଆତଙ୍କ ମଚାଉଛନ୍ତି । କଥା କଥାରେ ଗଡୁଛି ମୁଣ୍ଡ, ବୋହୁଛି ରକ୍ତର ନଦୀ । ଗତ ୧୧ ତାରିଖ, ଏସ୍.ପି କହିଥିଲେ ଆମେ ୨୪ ଘଣ୍ଟା ଆଲର୍ଟ ଅଛୁ । ସହରରେ ଫୁଲପ୍ରୁଫ ସୁରକ୍ଷା ବ୍ୟବସ୍ଥା କରିଛୁ । ହେଲେ ଏହାର ଦୁଇଦିନ ଭିତରେ ସହରରେ ଗଡ଼ିଥିଲା ଦୁଇ ଦୁଇଟି ମୁଣ୍ଡ । ୧୨ ତାରିଖ ଦିନ ଦ୍ବିପ୍ରହରେ ଚିମନୀ ଭାଟିରେ ଡ୍ରାଇଭର ଭାବେ କାମ କରୁଥିବା ରାମଦାସକୁ ମଝି ରାସ୍ତାରେ ହାଣି ହତ୍ୟାକରି ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ । ଘଟଣାସ୍ଥଳରେ ପହଞ୍ଚିଥିଲେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର । ଆଉ ଆଖ ପାଖ କିଛି ଲୋକଙ୍କୁ ଥାନାକୁ ଉଠାଇ ନେଇ, ତିନିଦିନ ଧରି ତଦନ୍ତ କରିଥିଲା । ହେଲେ ଏ ଯାଏଁ ଧରାପଡିନି ହତ୍ୟାକାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)