Advertisment

ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର; SI ନେଇଛନ୍ତି, କନେଷ୍ଟବଳ ଦେଇଛନ୍ତି

ଠକ ଦମ୍ପତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ । ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି ।

author-image
Tanmay Kumar Mahalik

ଠକାମିରେ ପଡିଛନ୍ତି ପୋଲିସ ବାବୁ, ନା ଠକେଇରେ ସାଜିଛନ୍ତି ଅଭିଯୁକ୍ତଙ୍କ ଢାଲ ? ଡିସ୍‌କାଉଣ୍ଟରେ ଗାଡ଼ି ଦେବାକୁ କହି ଲୋକଙ୍କଠୁ ପ୍ରାୟ ୪୦ କୋଟି ଟଙ୍କା ଲୁଟିଥିବା ଅକ୍ଷୟ ଗୌଡ ଓ ଉଷାରାଣୀ ବାରିକଙ୍କ ସହ ନୟାଗଡ଼ରେ କାର୍ଯ୍ୟରତ ଏସ୍ଆଇ ସ୍ମୃତି ରଂଜନ ମହାନ୍ତି ଓ କମିଶନରେଟ ପୋଲିସରେ କାମ କରୁଥିବା କନଷ୍ଟେବଲ ରମେଶ ଚନ୍ଦ୍ର ବେହେରାଙ୍କ ନେଣଦେଣ ଥିବା ଜଣାପଡ଼ିବା ପରେ ଉଠିଛି ପ୍ରଶ୍ନ। ଅଭିଯୋଗ ହେଉଛି ଅକ୍ଷୟଙ୍କୁ ସୁରକ୍ଷା ଦେବା ଲାଗି ଏସଆଇ ସ୍ମୃତିରଂଜନ ନେଇଛନ୍ତି ୨୦ ଲକ୍ଷ, ତାହା ପୁଣି ଚେକ୍‌ରେ । ଗତ ଅଗଷ୍ଟ ୧୮ ତାରିଖରେ ଚେକ୍ ସ୍ମୃତିଙ୍କ ଆକାଉଣ୍ଟରେ ଲାଗିଥିବା ପ୍ରମାଣ ବି ପାଇଛି ନୟାପଲ୍ଲୀ ପୋଲିସ । ତେବେ ଅକ୍ଷୟକୁ ଚିହ୍ନି ନଥିବା କହିଛନ୍ତି ଏସଆଇ ସ୍ମୁତି ରଂଜନ ।

Advertisment
Police Fraud
Advertisment
Advertisment