Family Visit Turns Tragic
ମାମୁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ। ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ। ମାମୁ ଘର ଶ୍ରୀରାମପୁର ଗାଁ ଠାରୁ ୨ କିମି ଦୂରରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦଶପଲ୍ଲା ଥାନା ଯାନିସାହି ଗାଁର ନୀଳାଚଳ ସାମଲ l ଗତକାଲି ମାମୁ ଘରକୁ ଆସିଥିବା ବେଳେ ଆଜି ସକାଳୁ ଗାଁ ନିକଟ ଜଙ୍ଗଲରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି l
Advertisment
ଶ୍ରୀରାମପୁର ଗାଁର ଶ୍ରୀରାମ ପ୍ରଧାନ ଓ ତାଙ୍କ ପରିବାର ଗତକାଲି ତୀର୍ଥ କରିବାକୁ ବାହାରିଥିଲା ବେଳେ ଭଣଜା ଓ ତାଙ୍କ ପରିବାର ମେଲାଣି ଦେବାକୁ ଆସିଥିଲେ l ସଂନ୍ଧ୍ୟାରେ ଭଣଜାଙ୍କ ପରିବାର ନିଜ ଗାଁକୁ ଫେରିଯାଇଥିବା ବେଳେ ଭଣଜା ନୀଳାଚଳ ରାତି ହେବାରୁ ରହିଯାଇଥିଲେ l ଆଜି ସକାଳୁ ଗାଁ ପାଖ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନୀଳାଚଳଙ୍କ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଛି l ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଦଶପଲ୍ଲା ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି l
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)