ମାଳ ମାଳ ମୋବାଇଲ, ପୁଳା ପୁଳା ସିମ୍, ଗଦା ଗଦା ଏଟିଏମ୍ କାର୍ଡ । ଇଣ୍ଟରନେଟରେ ଲୋଭନୀୟ ବିଜ୍ଞାପନ ଦେଖାଇ ଅନଲାଇନ୍ ଲୁଟ୍ କରୁଥିବା ଫ୍ରଡ୍ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗକୁ ଧରିବା ପରେ ପୋଲିସ ଖୋଲିଛି ଏହି ଗ୍ୟାଙ୍ଗର ଅପରାଧ ପସରା । ରାଜଧାନୀ ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗରେ ଏକ ସାଇବର ଠକ ସଂସ୍ଥାର ମାଷ୍ଟର ମାଇଣ୍ଡ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରେ ସୁନ୍ଦରୀ ଝିଅ ଯୋଗାଇ ଦେବାକୁ କହି ତାଙ୍କଠାରୁ ୨୭ ହଜାର ଟଙ୍କା ନେଇଥିଲା ସଂସ୍ଥା ।
Published: Satyendu Shekher Mishra
Last updated: 04 October 2022, 10:05 PM IST
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।