Advertisment

ରାଜଧାନୀରେ କ୍ରେଡିଟ୍ କାର୍ଡ ଠକେଇର ନୂଆ ଫଣ୍ଡା

ଘରୋଇ ମେଡ଼ିକାଲ୍ ଗୁଡ଼ିକରେ ଏହି ଗ୍ୟାଙ୍ଗ୍ ସକ୍ରିୟ ରହିବା ସହ ରୋଗୀ କିମ୍ବା ରୋଗୀ ସଂପର୍କୀୟଙ୍କ ଦ୍ୱାରା ପୈଠ ନଗଦ ଟଙ୍କାକୁ ପକେଟରେ ପୁରାଉଥିଲେ ଏବଂ ଜାଲ୍ ଡକ୍ୟୁମେଣ୍ଟ ଦ୍ୱାରା ପ୍ରସ୍ତୁତ କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ କରୁଥିଲେ।

author-image
Santosh Kumar Sahoo

କ୍ରେଡିଟ୍ କାର୍ଡରେ ସାଂଘାତିକ ସ୍କାମ୍। ଦୁର୍ବୃତ୍ତ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଚଳୁ କରିଦେଉଛନ୍ତି କୋଟି କୋଟି। ଏମିତି କୌଶଳ ଆପଣାଉଛନ୍ତି ଯେ, କ୍ରେଡିଟ୍ କାର୍ଡ ଉପଭୋକ୍ତାଙ୍କ ପାଖକୁ ନା କୌଣସି ମେସେଜ୍ ଆସୁଛି ନା କୌଣସି ଫୋନ୍ କଲ୍। ତାଙ୍କ ଅଜାଣତରେ ଚୂନା ଲଗାଉଛନ୍ତି ସାଇବର ଲୁଟେରା। ଭୁବନେଶ୍ୱର ସାଇବର ପୋଲିସ ହାବୁଡ଼ରେ ପଡ଼ିଥିବା ଏହି ଗ୍ୟାଙ୍ଗରେ ଘରୋଇ ହସ୍ପିଟାଲର କର୍ମଚାରୀ ବି ସାମିଲ ଅଛନ୍ତି। ଏହି କ୍ରାଇମ୍ ସିଣ୍ଡିକେଟର ମୁଖ୍ୟ ହେଉଛି ପିପିଲି ଅଞ୍ଚଳର ବିଜୁ ତ୍ରିପାଠୀ। ଯାହା ଘରୁ ମିଳିଛି ୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ୪୫୦ କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୫୦ଟି ଚେକ୍‌ବୁକ୍, ବିଭିନ୍ନ ବ୍ୟାଙ୍କର ୭୮ଟି ପାସବୁକ୍, ୬ଟି କାର୍ଡ ସ୍ୱାଇପ୍ ମେସିନ୍ ଆଉ ୩ ବସ୍ତା ଟଙ୍କା ରସିଦ୍। ବିଶେଷ କରି ଘରୋଇ ମେଡ଼ିକାଲ୍ ଗୁଡ଼ିକରେ ଏହି ଗ୍ୟାଙ୍ଗ୍ ସକ୍ରିୟ ରହିବା ସହ ରୋଗୀ କିମ୍ବା ରୋଗୀ ସଂପର୍କୀୟଙ୍କ ଦ୍ୱାରା ପୈଠ ନଗଦ ଟଙ୍କାକୁ ପକେଟରେ ପୁରାଉଥିଲେ ଏବଂ ଜାଲ୍ ଡକ୍ୟୁମେଣ୍ଟ ଦ୍ୱାରା ପ୍ରସ୍ତୁତ କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ କରୁଥିଲେ। ଶେଷରେ ଜଣେ ଯୁବକଙ୍କ ଅଭିଯୋଗ ପରେ ମାମଲାର ଖୋଳତାଡ଼ କରି ରାକେଟର ଗୁମର ଖୋଲିଛି କମିଶନରେଟ୍ ପୋଲିସ।

Advertisment
Odisha News Cyber Crime Credit Card Fraud
Advertisment
Advertisment