ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ହଡପ । ଜାଲ୍ ପ୍ରମାଣପତ୍ର ଦେଇ ଉଠିଛି କୋଟି କୋଟି ଟଙ୍କା । କଲେଜ ଓ ପିଲା ନଥାଇ ବି ଟଙ୍କା ଆତ୍ମସାତ୍ । ଅଡିଟ୍ ବେଳେ ଛାତ୍ରବୃତ୍ତି ପ୍ରଦାନରେ ମେଗା ସ୍କାମ୍ ଧରିଛନ୍ତି କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ଶିକ୍ଷାବୃତ୍ତିକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଗତ 2017-18ରୁ 2020-21 ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।
Published By: Satyendu Shekher Mishra
Last updated: 12 September 2024, 10:02 PM IST
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।