Bhubaneswar Crime
ହାତରେ ବନ୍ଧୁକ, କଥା କଥାକେ ଫୁଟାଇଦେବାକୁ ଦେଉଛନ୍ତି ଧମକ । ନା କାହାକୁ ଖାତିର ଅଛି ନା ପୋଲିସକୁ ଭୟ। ବିଚ୍ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ବନ୍ଧୁକ ଦେଖାଇ ବେଧଡ଼କ ଖେଳାଉଛନ୍ତି ଆତଙ୍କ । ଘର କାନ୍ଥକୁ ନେଇ ପଡୋଶୀଙ୍କ ସହ ଗଣ୍ଡଗୋଳ ପରେ ରମେଶ ବେହେରା ଓରଫ୍ ବାବାଜୀ ନାମକ ଜଣେ ଯୁବକଙ୍କ ଉଗ୍ର ରୂପ ଦେଖି ସମସ୍ତେ ଆତଙ୍କିତ । ୭୦ ବର୍ଷୀୟ ପଡୋଶୀ ଜଣକ ବି ତାର ଦାଦା । ପାଖ ପଡୋଶୀ କଣ, ଘର ଲୋକ ବି ବନ୍ଧୁକ ଦେଖି ଭୟଭୀତ ଆଉ ଆଶ୍ଚର୍ଯ୍ୟ ମଧ୍ୟ। ତେବେ ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ ବାବାଜୀକୁ ଗିରଫ କରିବା ସହ ତାଠାରୁ ମାଉଜର ଓ ୫ଟି ଗୁଳି ଜବତ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)