Advertisment

Child Kidnapping: ପରକୀୟା ପ୍ରୀତି ପାଇଁ ହୋଇଥିଲା କି କେଶବଙ୍କୁ ଅପହରଣ ?

ପରକୀୟା ପ୍ରୀତି ପାଇଁ ହୋଇଛି କି ଶିଶୁ ଅପହରଣ ? ପ୍ରେମିକାକୁ ଖୁସି କରିବାକୁ ଯାଇ ଅଧା ରାତିରେ ଶିଶୁ ଅପହରଣ ? ଅପହରଣର ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ କେଦାରସନ କରିଥିଲା କି ରେକି ? ପ୍ରେମିକାର ନିର୍ଦ୍ଦେଶରେ କରିଥିଲା କି ଅପହରଣ ?

author-image
Namita Biswal
ଅଦ୍ୟତନ ହୋଇଛି

ଅପହରଣର ମୁଖ୍ୟ ଅଭିଯୁକ୍ତ କେଦାରସନଙ୍କ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଝେଲମ ରାଣୀ ପଣ୍ଡାଙ୍କ ସ୍ବାମୀ ପ୍ରଶାନ୍ତ ପଣ୍ଡାଙ୍କ ସହ ସମ୍ପର୍କରେ ଆସି କେଦାରସନ ଝେଲମଙ୍କର ଘନିଷ୍ଠ ହୋଇଥିଲା। ବେଙ୍ଗାଲୁରୁରେ ସ୍ବିଗି ଓ ଜମାଟୋରେ ଡେଲିଭରି ବୟ ଭାବେ କାମ କରୁଥିଲା କେଦାରସନ । ଝେଲମଙ୍କ ସ୍ବାମୀ ପ୍ରଶାନ୍ତ ମଧ୍ୟ ବେଙ୍ଗାଲୁରୁରେ ସିକ୍ୟୁରିଟି ଗାର୍ଡ ଥିଲେ । ସେହିଠାରେ ଉଭୟଙ୍କ ଦେଖା ସାକ୍ଷାତ ।  ପ୍ରଶାନ୍ତଙ୍କ ସହ ପରିଚୟ ପରେ ଟେଲିଫୋନ ଯୋଗେ ଝେଲମଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ କେଦାରସନ । ପରେ ସମ୍ପର୍କ ଧୀରେ ଧୀରେ ଘନିଷ୍ଠ ହୋଇଥିଲା ଝେଲମଙ୍କ ସହ। ଝେଲମ ଯାତ୍ରା ପାର୍ଟିରେ କାମ କରନ୍ତି । ଦୁଇ ଝିଅ ଓ ଗୋଟିଏ ପୁଅ ବି ଅଛନ୍ତି। ପୁଅଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ । ତାଙ୍କର କିଡନୀ ଖରାପ ରହିଛି। ଝେଲମଙ୍କୁ ଖୁସି କରିବାକୁ ଯାଇ ତାଙ୍କ ନିର୍ଦ୍ଦେଶରେ ହିଁ ଅପହରଣ କରିଥିଲା କି କେଦାରସନ ? 

Advertisment
Bhubaneswar Kidnapping Child Kidnapping Case
Advertisment
Advertisment