Advertisment

Sexual Assault: ICU ଭିତରେ ଭେଣ୍ଟିଲେଟର ଲାଗିଥିବା ମହିଳାଙ୍କୁ ଯୌନ ନିର୍ଯାତନା

ICU ଭିତରେ ଯୌନ ରାକ୍ଷସ । ଭେଣ୍ଟିଲେଟର ଥିବା ମହିଳାଙ୍କୁ ଯୌନ ନିର୍ଯାତନା । ୪୬ ବର୍ଷିୟା ଏୟାରହୋଷ୍ଟେସଙ୍କ ଛାତିଥରା ବୟାନ । ଭେଣ୍ଟିଲେଟରରେ ଥିବାବେଳେ ଏହାର ସୁଯୋଗ ନେଇ ମହିଳାଙ୍କ ସହ ଅସଦାଚରଣ କରିଥିଲା ଯୌନ ରାକ୍ଷସ ।

author-image
Namita Biswal

ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଞ୍ଚଲ୍ୟ। ICUରେ ଚିକିତ୍ସିତ ଥିବା ଜଣେ ଏୟାରହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଦିଆଯାଇଛି । ଏହି ଲଜ୍ଜାଜନକ କାମ କରିଛନ୍ତି ସେହି ହସ୍ପିଟାଲରେ କାମ କରୁଥିବା ଜଣେ ଟେକନିସିଆନ୍ । ଭେଣ୍ଟିଲେଟରରେ ଥିବାବେଳେ ଏହାର ସୁଯୋଗ ନେଇ ମହିଳାଙ୍କ ସହ ଅସଦାଚରଣ କରିଥିଲା ଏ ଯୌନ ରାକ୍ଷସ । ଅଭିଯୁକ୍ତର ନାଁ ହେଉଛି ଦୀପକ, ସେ ବିହାରର ମୁଜାଫରପୁରର ବାସିନ୍ଦା । ସେ ପାଞ୍ଚ ମାସ ପୂର୍ବରୁ ହସ୍ପିଟାଲରେ କାମ କରିବା ଆରମ୍ଭ କରିଥିଲା । ତେବେ ପାଖାପାଖି ୮୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ସ୍କାନ କରି ତାରୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ ।

Advertisment
Sexual Harassment Sexual Assault Gurugram Police
Advertisment
Advertisment