ମେଡିକାଲ ହେଉ କି ଗାଁ ଦାଣ୍ଡ । ଆଖି ପିଛୁଳାକେ ଗାଏବ୍ ହେଉଯାଉଛନ୍ତି ଶିଶୁ । ଯାହାର ବହୁ ଚର୍ଚ୍ଚିତ ଉଦାହରଣ ଯାଜପୁରର କୁନି ଝିଅ ପିହୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, NCRB ତଥ୍ୟ କହୁଛି, ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଲେଣି ୧୬ ହଜାର ୬ ଶହରୁ ଅଧିକ ଶିଶୁ । ତେବେ ସବୁଠୁ ବଡ଼ କଥା ହେଉଛି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଗଲା ୨୦୨୧ରେ ରାଜ୍ୟରୁ ଗାଏବ୍ ହୋଇଛନ୍ତି ୪ ହଜାର ୧୩୩ ଶିଶୁ । ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୧ ପିଲା ।
Published: Chandan Shishu
Last updated: 31 August 2022, 11:21 PM IST
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।