Advertisment

ଅଣହଲମାର୍କ ବିକ୍ରିରେ ଲାଗିଲା ରୋକ୍; ଆଜିଠୁ କେବଳ ହଲମାର୍କ ସୁନା ବିକ୍ରି

ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ ।

author-image
Tanmay Kumar Mahalik

ନୂଆ ଆର୍ଥିକ ବର୍ଷ ଆରମ୍ଭ ସହ ଆଜିଠାରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ଅଣ ହଲମାର୍କ ସୁନା ଗହଣା ବିକ୍ରିରେ ଲାଗିଛି ରୋକ୍ । କେବଳ ୬ ଅଙ୍କ ବିଶିଷ୍ଟ HUID ଥିବା ସୁନା ଗହଣା ବିକିପାରିବେ ଦୋକାନୀ । ଅନ୍ୟପକ୍ଷରେ ବଜେଟ୍ ଘୋଷଣା ମୁତାବକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ସୀମା ବି ଲାଗୁ ହୋଇଛି । ରିଟର୍ଣ୍ଣ ଫାଇଲ୍ ବେଳେ ଟିକସଦାତା କୌଣସି ଆୟକର ବିକଳ୍ପ ଚୟନ କଲେ, ଆପେ ଆପେ ସେମାନଙ୍କ ପାଇଁ ନୂଆ ଆୟକର ବ୍ୟବସ୍ଥା ଲାଗୁ ହୋଇଯିବ। ଖାଲି ସେତିକି ନୁହେଁ, ବୟସ୍କ ନାଗରିକ ସଞ୍ଚୟ ସ୍କିମ୍ ଜମାରାଶି ପରିମାଣ ବି ଦ୍ୱିଗୁଣିତ ହୋଇଛି ।

Advertisment
Gold Price Silver Price Gold Price Today
Advertisment
Advertisment