RBI
ବଦଳିଯିବ ପୁରୁଣା ନୋଟ୍ । ନୂଆ ନୋଟ୍ ଆସିବା ନେଇ RBIର ବଡ଼ ଘୋଷଣା । ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ହେବ ନବକଳେବର ।
ରିଜର୍ଭ ବ୍ୟାଙ୍କ ପୁଣିଥରେ ନୂତନ ୫୦୦ ଟଙ୍କିଆ ନୋଟ୍ ଜାରି କରିବାକୁ ଯାଉଛି । ଏହା ସହିତ ନୂଆ ୧୦ ଟଙ୍କିଆ ନୋଟ୍ ମଧ୍ୟ ଜାରି ହେବ । ଏହି ଦୁଇଟି ନୋଟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, କିଛି ପରିବର୍ତ୍ତନ ସହିତ ନୂତନ ନୋଟ୍ ଜାରି କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ଏହା ଖୁବଶୀଘ୍ର ମହାତ୍ମା ଗାନ୍ଧୀ ସିରିଜରେ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ବହନ କରୁଥିବା ୧୦ ଏବଂ ୫୦୦ ଟଙ୍କିଆ ନୋଟ୍ ଜାରି କରିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)