ପୁଣି ମହଙ୍ଗା ହେଲା ସୁନା
୨ ଦିନରେ ସୁନା ୩ ହଜାର ୩୫୦ ଟଙ୍କା ମହଙ୍ଗା । ପୁଣି ଥରେ ୮୫ ହଜାର ୫୦୦ ଡେଇଁଲା ୨୨ କ୍ୟାରେଟ, ୯୩ ହଜାର ଟଙ୍କା ଟପିଲା ୨୪ କ୍ୟାରେଟ ବା ଖାଣ୍ଟି ସୁନା । ଏପ୍ରିଲ ୪ ରୁ ୮ ତାରିଖ ମଧ୍ୟରେ ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୩ ହଜାର ୩୫୦ ଟଙ୍କା କମିଥିବା ବେଳେ ଗତକାଲି ଏହା ୬୫୦ ଟଙ୍କା ଓ ଆଜି ପୁଣି ୨ ହଜାର ୭୦୦ ଟଙ୍କା ମହଙ୍ଗା ହୋଇ ୮୫ ହଜାର ୬୦୦ ଟଙ୍କାରେ ପହଞ୍ଚିଛି । ସୁନା ଦରର ଏପରି ସ୍ଥିତିକୁ ନେଇ ଗ୍ରାହକ ମୁଣ୍ଡ ଟିଣ । ତେବେ ଆଗାମୀ ଦିନରେ ସୁନା ଦର ପୁଣି ଉଚ୍ଚ ହେବା ଆଶଙ୍କା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)