Advertisment

ଟ୍ରମ୍ପ ବଢ଼ାଇବେ ସାରା ବିଶ୍ୱର ସୁନା ଦର

ଦିନକୁ ଦିନ ନିଜ ସୁନା ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି ଆମେରିକା।

author-image
Santosh Kumar Sahoo

ସୁନା ଦରରେ ଲାଗିବ ନିଆଁ। ଆଗକୁ ଆହୁରି ବଢ଼ିବ ଦାମ୍‌। ୧୦ ଗ୍ରାମ ପିଛା ସୁନା ଲକ୍ଷେ ଟପିବ। ଆଉ ଏହି ଦର ବଢ଼ିବା ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରହିବ ହାତ। ଏବେ ସାରା ବିଶ୍ୱର ସୁନା ଉପରେ ନଜର ପକାଇଛନ୍ତି ଟ୍ରମ୍ପ। ସେ ବିଶ୍ୱବ୍ୟାପୀ ସୁନା ଦର ନିୟନ୍ତ୍ରଣ ନିଜ ହାତ ମୁଠାକୁ ନେବାକୁ ପ୍ଲାନ କରୁଥିବା ଚର୍ଚ୍ଚା ହେଉଛି।

Advertisment

ଦିନକୁ ଦିନ ନିଜ ସୁନା ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି ଆମେରିକା। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ ସୁନା ରିଜର୍ଭରୁ ସୁନା ମଗାଇବା ଆରମ୍ଭ କରିଛନ୍ତି। ଫଳରେ ଏଯାବତ ୮୦୦୦ ସୁନା ବାର୍ ଆମେରିକାର ନ୍ୟୁୟର୍କ ସୁନା ରିଜର୍ଭରେ ପହଞ୍ଚିଛି। ଏହି କାରଣରୁ ନ୍ୟୁୟର୍କ ସୁନା ରିଜର୍ଭ ୩୪ ନିୟୁତ ଟ୍ରୟ ଆଉନ୍ସକୁ ବୃଦ୍ଧି ପାଇଛି।

Gold Donald Trump Gold Price
Advertisment
Advertisment