Advertisment

Gold Price Hike: ଖୁବଶୀଘ୍ର ଲକ୍ଷେ ଟପିଯିବ ସୁନା ଦର ! ଛାନିଆ ଗ୍ରାହକ

ସୁନା ଦର ଶୁଣି ଗ୍ରାହକ ଛାନିଆ...ହଜାରେ ନୁହେଁ ଏବେ ଲକ୍ଷେ ମୁହାଁ ସୁନା ଦର । ଓଡ଼ିଶା ବଜାରରେ ବୁଧବାର ସର୍ବକାଳୀନ ଉଚ୍ଚା ଦରରେ ବିକ୍ରି ହୋଇଛି ସୁନା ।

author-image
Namita Biswal
ଅଦ୍ୟତନ ହୋଇଛି

ସୁନା ଦର ଶୁଣି ଗ୍ରାହକ ଛାନିଆ...ହଜାରେ ନୁହେଁ ଏବେ ଲକ୍ଷେ ମୁହାଁ ସୁନା ଦର । ଓଡ଼ିଶା ବଜାରରେ ବୁଧବାର ସର୍ବକାଳୀନ ଉଚ୍ଚା ଦରରେ ବିକ୍ରି ହୋଇଛି ସୁନା । ଖାଣ୍ଟି ସୁନା ୧୦ ଗ୍ରାମ ଦର ୯୬ ହଜାର ଟପିଥିବାବେଳେ, ୨୨ କ୍ୟାରେଟ୍ ୮୮ ହଜାର ଉପରେ । ଆଗକୁ ଆସୁଛି ବିବାହ ଋତୁ । ଏହା ପୂର୍ବରୁ ପ୍ରତିଦିନ ବଢ଼ିଚାଲିଛି ସୁନା ଦର । ନିର୍ବନ୍ଧ ଆଉ ବାହାଘର ତାରିଖ ଠିକ୍ ସରିଛି..ହେଲେ ଅଟକିଛି ସୁନାକିଣା । କେବେ ଦର କମିବ ଆଉ ସୁନା କିଣିବେ ଅପେକ୍ଷାରେ ଅଛନ୍ତି ଅନେକ । ସେପଟେ କମିବା ପରିବର୍ତ୍ତେ ଦର ବଢ଼ୁଥିବାରୁ ଘାଟାରେ ଗ୍ରାହକ । କିଏ ସିଧା ସିଧା କହିଛନ୍ତି ଦର ବହୁତ ବାଧୁଛି ତ ଆଉ କିଏ କ୍ୱାଣ୍ଟିଟିରେ କରୁଛନ୍ତି କମ୍ପରମାଇଜ୍ ।  

Advertisment
Gold Gold Price Hike
Advertisment
Advertisment