/odishatv-khabar/media/post_attachments/uploadimage/library/16_9/16_9_0/samir-das_1622885090.jpg)
samir das
ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି। କିପରି ପିଲାଙ୍କ ପରୀକ୍ଷା ଫଳାଫଳର ମୂଲ୍ୟାୟନ କରାଯିବ ସେ ନେଇ ତର୍ଜମା କରିବ ଏହି କମିଟି। କମିଟି ମତ ରଖିବା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ବାହାର କରାଯିବ। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମିଡିଆକୁ ଆଜି କହିଛନ୍ତି,ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରାଯିବ। କିପରି ଭାବେ ମାର୍କ ଦିଆଯିବ ବିଶେଷଜ୍ଞ କମିଟି ଏହାର ତର୍ଜମା କରିବେ । ବିଶେଷଜ୍ଞ କମିଟି ମତ ରଖିବା ପରେ ରେଜଲ୍ଟ ବାହାର କରିବାକୁ ଉଦ୍ୟମ କରାଯିବ ।
ମନ୍ତ୍ରୀ କହିଛନ୍ତି, ବିଶେଷଜ୍ଞ କମିଟି ଯେଉଁ ନୀତି ନିର୍ଦ୍ଧାରଣ କରିବେ ସେହି ଅନୁଯାୟୀ ମୂଲ୍ୟାୟନ ହେବ। ସୁପ୍ରିମକୋର୍ଟ CBSE ଓ CISCEକୁ କିପରି ମୂଲ୍ୟାୟନ କରିବ ୧୫ ଦିନ ଭିତରେ ଜଣାଇବା ପାଇଁ କହିଛନ୍ତି। ଆମ ବିଶେଷଜ୍ଞ କମିଟି ମଧ୍ୟ ଏହାକୁ ଅନୁଧ୍ୟାନ କରିବେ। ଯଦିଓ ଫଳାଫଳ କେବେ ବାହାରିବ ତାହା ସ୍ପଷ୍ଟ କରି ନ ଥିଲେ ମନ୍ତ୍ରୀ, ତେବେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯେତେ ଶୀଘ୍ର ହେବ ରେଜଲ୍ଟ ବାହାର କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।
ରାଜ୍ୟରେ କରୋନା ସ୍ଥିତି ଯେପରି ରହିଛି ପରୀକ୍ଷା କରିବା ସମ୍ଭବ ନୁହେଁ । କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି । ପରୀକ୍ଷା ବାତିଲ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଆଗରୁ CBSE ଓ CISCE ମଧ୍ୟ ଦ୍ୱାଦଶ ଶ୍ରେଣୀ ପରିକ୍ଷା ବାତିଲ କରିଥିଲା ।
ତେବେ ପରୀକ୍ଷା ବାତିଲ ହେଲେ ମଧ୍ୟ ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ପିଲା ଚାହିଁଲେ ପରୀକ୍ଷା ଦେଇପାରିବେ ବୋଲି କାଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ । ପରିସ୍ଥିତି ସ୍ୱାଭାବିକ ହେଲେ ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ CHSE ନିର୍ଣ୍ଣୟ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)