Advertisment

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୪,୬୭୭ରେ ପହଞ୍ଚିଲା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ଯାଜପୁରରୁ ୮ଜଣ ଲେଖାଏ, […]

author-image
Rajalaxmi Sahoo
ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୪,୬୭୭ରେ ପହଞ୍ଚିଲା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

corona update odisha

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଚିହ୍ନଟ ନୂଆ ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ଯାଜପୁରରୁ ୮ଜଣ ଲେଖାଏ, ନବରଙ୍ଗପୁର ଓ ମୟୂରଭଞ୍ଜରୁ ୩ଜଣ, ନୟାଗଡ଼, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏ, ପୁରୀରୁ ୭ଜଣ, କଟକରୁ ୨୦ଜଣ, ଝାରସୁଗୁଡ଼ା ଓ ବଲାଙ୍ଗିରରୁ ୨ଜଣ, ବାଲେଶ୍ୱରରୁ ୨୧ଜଣ, ଗଜପତିରୁ ୨୮ଜଣ, ସୁନ୍ଦରଗଡ଼ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍‌ ମୁକାବିଲା କରି ଫେରିଥିବା ଆଉ ୧୧ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Advertisment

publive-image

publive-image

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୧୯ଜଣ ଚିକିତ୍ସାଧୀନ ଥିବାବେଳେ ୩,୧୪୪ଜଣ ସୁସ୍ଥ ହୋଇଛନ୍ତି। ତେବେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

publive-image

Odisha News Coronavirus News Coronavirus Pandemic In India Corona Breaking News News In Odia Covid-19 Latest Update Coronavirus Latest News Odisha Corona Update Odisha Today
Advertisment
Advertisment