/odishatv-khabar/media/post_attachments/uploadimage/library/16_9/16_9_0/debashis-panigrahi_1623061092.jpg)
debashis panigrahi
ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । କରୋନାରେ ଆକ୍ରାନ୍ତ ହୋଇ ଦେବାଶିଷ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଆଜି ସ୍ଥାନାନ୍ତର କରାଯିବ।
କୋଲକାତା ସ୍ଥିତ ଏକ ସୁପରସ୍ପେଶାଲିଟି ହସ୍ପିଟାଲର ଏକ ୪ ଜଣିଆ ଟିମ୍ ଆସି କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲରେ ପହଞ୍ଚିଛନ୍ତି । ଇକ୍ମୋ ଓ କ୍ରିଟିକାଲ କେୟାରର ଦୁଇଟି ଟିମ୍ ଉପସ୍ଥିତ ଅଛନ୍ତି। ଇକ୍ମୋ ସପୋର୍ଟରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି ।
ସୂଚନାଥାଉ କି, ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତ ପ୍ରଧାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା। କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇ ଯାଇଥିଲା। ତା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଥିଲେ ଅମ୍ରିତ । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ସୋସିଆଲ ମିଡିଆ ମାଧ୍ୟମରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଇ ଚେନ୍ନାଇ ପଠାଯାଇଛି। ।
ରାଜ୍ୟରେ ECMO ମେସିନ ଅଭାବ ଥିବାରୁ ଏପରି ସ୍ଥିତି ଦେଖା ଦେଉଛି। ଏହା ପୂର୍ବରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ECMO ମେସିନ ନ ଥିବାରୁ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହୋଇଥିଲେ ଏବଂ ଶେଷରେ ମୃତ୍ୟୁ ସହ ସଂଘର୍ଷ କରି କରି ଆଖିବୁଜିଲେ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି। ଏ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଏହି ମେସିନ ଚଲାଇବା ଲାଗି ଯେଉଁ ମାନବ ସମ୍ବଳରୁ ଆବଶ୍ୟକତା ରହିଛି , ତାହାକୁ ପୂରଣ କରି ୟୁନିଟ୍ ଚାଲୁ କରାଯିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)