Advertisment

କୋଭିଡ୍ ହସ୍ପିଟାଲକୁ ସହଯୋଗ ପାଇଁ ବୀନା ରିଫାଇନାରୀ ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଭୁବନେଶ୍ୱର ୨ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇ ବିନା ରିଫାଇନାରୀ ନିକଟରେ ନିର୍ମାଣାଧୀନ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମହାମାରୀର ମୁକାବିଲା ପାଇଁ ମଧ୍ୟପ୍ରଦେଶରେ ନିଆଯାଉଥିବା ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଏବଂ…

author-image
Chandan Shishu
କୋଭିଡ୍ ହସ୍ପିଟାଲକୁ ସହଯୋଗ ପାଇଁ ବୀନା ରିଫାଇନାରୀ ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

dharmendra-pradhan

ଭୁବନେଶ୍ୱର ୨ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇ ବିନା ରିଫାଇନାରୀ ନିକଟରେ ନିର୍ମାଣାଧୀନ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମହାମାରୀର ମୁକାବିଲା ପାଇଁ ମଧ୍ୟପ୍ରଦେଶରେ ନିଆଯାଉଥିବା ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଏବଂ ଭାରତ ଓମାନ ରିଫାଇନାରୀ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସହ ବି ଆଲୋଚନା କରିଛନ୍ତି। ଧର୍ମେନ୍ଦ୍ର କରିଛନ୍ତି, କୋଭିଡ୍ ହସ୍ପିଟାଲକୁ ସହଯୋଗ ପାଇଁ ବୀନା ରିଫାଇନାରୀ ପ୍ରତିଶ୍ରୁତିବଦ୍ଧ।

Advertisment

ପ୍ରତିଦିନ ଏଠାରୁ ଉତ୍ପାଦିତ ୧୦ ଟନ୍ ଗ୍ୟାସିୟ ଅକ୍ସିଜେନ୍ ଏବଂ ୪ ଲକ୍ଷ ଲିଟର ପାଣି ଏହି ହସ୍ପିଟାଲକୁ ଯୋଗାଯିବ। ହଜାରେ ବିଶିଷ୍ଟ ଏହି ହସ୍ପିଟାଲ କାର୍ଯକ୍ଷମ ହେଲେ ବର୍ତମାନର ସଂକଟ ସମୟରେ ମଧ୍ୟପ୍ରଦେଶର ସାଗର, ଭିଦିଶା, ଅଶୋକ ନଗର, ଗୁଣା ଏବଂ ଆପାଖ ଅଂଚଳକୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପହଞ୍ଚିପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ବୀନା ରିଫାଇନାରୀ ଆଗାମୀ ଦିନରେ ଦୈନିକ ପାଖାପାଖି ୨୫ ମେଟ୍ରିକ ଟନର ସ୍ଥାୟୀ ମେଡିକାଲ ଅକ୍ସିଜେନ ପ୍ରଦକ୍ସନର ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧିକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Advertisment
Advertisment
Advertisment