lina
ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଛି। ଶନିବାର ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଡ୍ନୀ ଫେଲ୍ ହେବାରୁ ଲୀନାଙ୍କର ମୃତ୍ୟୁ ହୋଇଛି। ତେବେ ଦାର୍ଘ ଦିନ ଧରି ଲୀନା କିଡ୍ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ଶରୀରରେ ତାଙ୍କ ମା’ଙ୍କର ଏକ କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ଶେଷରେ ଗତକାଲି ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ‘ମେରି ହାନିକାରକ ବିବି’ ‘ସେଠ୍ ଜୀ’, ‘ଆପ କେ ଆ ଜାନେ ସେ’ , ‘କ୍ଲାସ୍ ଅଫ୍ ୨୦୨୦’ ପରି ଟେଲି ସିରିଏଲ୍ରେ ଅଭିନୟ କରିଛନ୍ତି ଲୀନା। ଏଥିସହ ସେ ରାଣୀ ମୂଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍କି’ରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।
ସେପଟେ ଲୀନାଙ୍କ ମୃତ୍ୟୁକୁ ନେଇ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଲୀନାଙ୍କ ସହ କଳାକାରମାନେ ତାଙ୍କୁ ମନେ ପକାଇ ଦୁଃଖ ବ୍ୟକ୍ତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lina_1625090988.jpg)