Advertisment

ରେଲୱେ ବଜେଟ ୨୦୨୧: ଟ୍ରାକ୍‌ରେ ଗଡ଼ିବ ନୂଆ, ଅତ୍ୟାଧୁନିକ କୋଚ୍‌

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। ଏହି ବଜେଟରେ ସୀତାରମଣ ରେଳବାଇ ସମ୍ପର୍କିତ ବଡ ଘୋଷଣା କରିଛନ୍ତି। ରେଳବାଇଁ ଅର୍ଥମନ୍ତ୍ରୀ ୧, ୧୦,୦୫୫ କୋଟି ଟଙ୍କାର ରାଶି ଆବଣ୍ଟନ କରିଛନ୍ତି। ଏଥିରେ ୧, ୦୭, ୧୦୦ କୋଟି ଟଙ୍କା କେବଳ ପୁଞ୍ଜିଗତ ବ୍ୟୟ ପାଇଁ ରହିଛି। ସୂଚନଥାଉ କି, କରୋନା ମହାମାରୀ ପରେ ପ୍ରଥମ ଥର ପାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]

author-image
Minati Mishra
ରେଲୱେ ବଜେଟ ୨୦୨୧: ଟ୍ରାକ୍‌ରେ ଗଡ଼ିବ ନୂଆ, ଅତ୍ୟାଧୁନିକ କୋଚ୍‌

train

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। ଏହି ବଜେଟରେ ସୀତାରମଣ ରେଳବାଇ ସମ୍ପର୍କିତ ବଡ ଘୋଷଣା କରିଛନ୍ତି। ରେଳବାଇଁ ଅର୍ଥମନ୍ତ୍ରୀ ୧, ୧୦,୦୫୫ କୋଟି ଟଙ୍କାର ରାଶି ଆବଣ୍ଟନ କରିଛନ୍ତି। ଏଥିରେ ୧, ୦୭, ୧୦୦ କୋଟି ଟଙ୍କା କେବଳ ପୁଞ୍ଜିଗତ ବ୍ୟୟ ପାଇଁ ରହିଛି।

Advertisment

ସୂଚନଥାଉ କି, କରୋନା ମହାମାରୀ ପରେ ପ୍ରଥମ ଥର ପାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି, ଏପରି ପରିସ୍ଥିତିରେ ଯେପରି ଭାବେ ବଜେଟ ଉପସ୍ଥାପନ କରାଯାଇଛି, ପୂର୍ବରୁ ଏପରି କେବେ ହୋଇ ନ ଥିଲା।

ନିର୍ମଳା କହିଛନ୍ତି, ୨୦୩୦କୁ ଦୃଷ୍ଟିରେ ରଖି ରେଳ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ବେଜଟ୍‌ରେ ଭାରତୀୟ ରେଳ ବ୍ୟତୀତ  ମେଟ୍ରୋ, ସିଟି ବସ୍‌ ସେବାକୁ ବଢାଇବା ଉପରେ ମଧ୍ୟ ଫୋକସ କରାଯିବ। ଏଥିପାଇଁ ୧୮ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି। କୋଚି, ବାଙ୍ଗାଲୁରୁ, ଚେନ୍ନାଇ, ନାଗପୁର, ନାସିକରେ ମେଟ୍ରୋ ପ୍ରୋଜେକ୍ଟ ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି॥

Advertisment

-୪୬ ହଜାର କିଲୋମିଟର ରେଳ ଧାରଣରେ ବିଦ୍ୟୁତ ଚାଳିତ ଟ୍ରେନ ଚାଲିବ

- ୨୦୩୦କୁ ଦୃଷ୍ଟିରେ ରଖି NRP (National Rail Plan) ଡ୍ରାଫ୍ଟ  ଉପରେ ଗୁରୁତ୍ୱ ଦିଆଯିବ

-  ପର୍ଯ୍ୟଟନ ସହ ଜଡିତ ରେଳ ଲାଇନ୍‌ରେ ନୂଆ ଏବଂ ଆଧୁନିକ୍‌ କୋଚ୍‌

-ଚେନ୍ନାଇ ମେଟ୍ରୋର ଦ୍ୱୀତିୟ ପର୍ଯ୍ୟାୟ ପାଇଁ ୬୩ ହଜାର କୋଟି ଆବଣ୍ଟନ

Union Budget 2021
Advertisment
Advertisment