Advertisment

ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦାବିରେ ବିକ୍ଷୋଭ

ଭୁବନେଶ୍ୱର: ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦାବିରେ ବିକ୍ଷୋଭ । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ନିକଟରେ ବ୍ୟୁଟିପାର୍ଲର ସଂଘ ପକ୍ଷରୁ ପ୍ଲାକାର୍ଡ ଧରି ବିରୋଧ କରାଯାଇଛି । ସରକାରଙ୍କ ନିକଟରେ ସଂଘ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦାବିରେ ବିକ୍ଷୋଭ

Beauty parlour

ଭୁବନେଶ୍ୱର: ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦାବିରେ ବିକ୍ଷୋଭ । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ନିକଟରେ ବ୍ୟୁଟିପାର୍ଲର ସଂଘ ପକ୍ଷରୁ ପ୍ଲାକାର୍ଡ ଧରି ବିରୋଧ କରାଯାଇଛି । ସରକାରଙ୍କ ନିକଟରେ ସଂଘ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ୨ ମାସ ଧରି ସ୍ପା ଓ ବ୍ୟୁଟିପାର୍ଲର ବନ୍ଦ ଯୋଗୁ ମାଲିକ ଓ କର୍ମଚାରୀ ଅସୁବିଧାରେ ଅଛନ୍ତି ।

Advertisment

ତେଣୁ ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ କହିଛି । ଏହାସହ ଯେଉଁମାନେ ଟିକା ନେଇଛନ୍ତି ସେହିମାନଙ୍କୁ ସେବା ଯୋଗାଇବେ ବୋଲି ମଧ୍ୟ ସଂଘ କହିଛି ।

ଅନ୍ୟପଟେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । କାଟାଗୋରୀ-‘A’ରେ ଆସୁଥିବା ୨୦ ଜିଲ୍ଲାରେ ଏଣିକି ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର ଖୋଲିବା ସହ ଏହି ୨୦ ଜିଲ୍ଲା ମଧ୍ୟରେ ସିଟିଂ କାପାସିଟି ସହ ବସ୍ ସେବାକୁ ଅନୁମତି ଦିଆଯାଇଛି।

Advertisment

କାଟାଗୋରୀ-‘A’ରେ ଥିବା ଜିଲ୍ଲାରେ ବସ୍ ଚଳାଚଳ ନେଇ ବ୍ୟବସ୍ଥା କରାଯିବ। କେତେ ସଂଖ୍ୟକ ଲୋକ ଯା’ଆସ କରିବେ ସେ ନେଇ ଗାଇଡଲାଇନ୍ ଜାରି କରାଯିବ। ଆଜି ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓ ଓ ବସ୍‌ ସଂଘକୁ ଜଣାଯିବ। ବସ୍‌ରେ ସିଟିଂ କାପାସିଟିରେ ହିଁ ଲୋକେ ଯିବେ। ଯେପରି କରୋନା କଟକଣା ପାଳନ ହେବ ସେନେଇ ସମସ୍ତ ପ୍ରକାର ଧ୍ୟାନ ରଖାଯିବ। ମାସ୍କ, ସାନିଟାଇଜର ବାଧ୍ୟତାମୂଳକ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧିକୁ ବଢ଼ା ଯାଇଥିବା ବେଳେ ଆଜିଠୁ ନୂଆ କଟକଣା ଲାଗୁ ହୋଇଛି। ୫ ପ୍ରତିଶତରୁ କମ୍ ପଜିଟିଭିଟି ରେଟ୍ ଥିବା ଜିଲ୍ଲା ଗୁଡ଼ିକୁ ପୂର୍ବ ଭଳି କାଟାଗୋରୀ-‘A’ରେ ରଖାଯାଇଛି। ଏହି କାଟାଗୋରୀରେ ଆଉ ୩ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ପରେ ମୋଟ୍ ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି। ବାକି ୧୦ ଜିଲ୍ଲା କାଟାଗୋରୀ ‘B’ରେ ରହିଛି ।

Odisha Beauty Parlour
Advertisment
Advertisment