Advertisment

ଅଂଧ ରାଇଜେ ଗଲି ଦର୍ପଣ ବିକି....

ଏ ସପ୍ତାହର କବିତା…. ଅଂଧ ରାଇଜେ ଗଲି ଦର୍ପଣ ବିକି ଅଭିଯୁକ୍ତ ଏଠି ବିଚାରପତି ଦାସ-ଭକ୍ତଙ୍କ ସମାଗମ ନିର୍ଲଜ୍ଜ ନିଷ୍ପତ୍ତିରେ ନାଚେ ଅଧମ ସତ୍ୟକୁ ଜାଳିପୋଡ଼ି ମିଛ ରାଜୁତି ଭକୁଆ ସମ ଜନ ରଡ଼ି ଛାଡ଼ୁଛି ମୃତ୍ୟୁର ହାହାକାର ଏଠି ପଡ଼ୁଛି ଫିକା ପଦ ପଦବୀ ଏଠି ଚାଲେ କିଣା ବିକା କ୍ଷମତା ଅଳିନ୍ଦରେ ଫସିଛି ଗରିବ ‘ଦୀନବନ୍ଧୁ’ ନିର୍ଯାତନା  ଧକ୍କାରେ ତରିଲେ ଜୀବ ସିନ୍ଧୁ ବିବେକ ବିଚାରହୀନ ବ୍ୟବସ୍ଥା ବେଦୀରେ ନିଇତି ମରନ୍ତି ଏଠି ଗରିବ […]

ଅଂଧ ରାଇଜେ ଗଲି ଦର୍ପଣ ବିକି....

darpana

Advertisment

ଏ ସପ୍ତାହର କବିତା....

ଅଂଧ ରାଇଜେ ଗଲି ଦର୍ପଣ ବିକି
ଅଭିଯୁକ୍ତ ଏଠି ବିଚାରପତି

ଦାସ-ଭକ୍ତଙ୍କ ସମାଗମ
ନିର୍ଲଜ୍ଜ ନିଷ୍ପତ୍ତିରେ ନାଚେ ଅଧମ

ସତ୍ୟକୁ ଜାଳିପୋଡ଼ି ମିଛ ରାଜୁତି
ଭକୁଆ ସମ ଜନ ରଡ଼ି ଛାଡ଼ୁଛି

ମୃତ୍ୟୁର ହାହାକାର ଏଠି ପଡ଼ୁଛି ଫିକା
ପଦ ପଦବୀ ଏଠି ଚାଲେ କିଣା ବିକା

କ୍ଷମତା ଅଳିନ୍ଦରେ ଫସିଛି ଗରିବ 'ଦୀନବନ୍ଧୁ'
ନିର୍ଯାତନା  ଧକ୍କାରେ ତରିଲେ ଜୀବ ସିନ୍ଧୁ

Advertisment

ବିବେକ ବିଚାରହୀନ ବ୍ୟବସ୍ଥା ବେଦୀରେ
ନିଇତି ମରନ୍ତି ଏଠି ଗରିବ ଦୀନବନ୍ଧୁ ବେଶରେ

ଉଠରେ କଙ୍କାଳଜାତି ଧରି ମଶାଲ
ଅନୀତି ବ୍ୟବସ୍ଥାକୁ ନିର୍ମୂଳ କର

ଅନ୍ଧାର ପରଦାକୁ ଦିଅ ହଟେଇ
ରକ୍ତ ପ୍ଲାବନରେ ଦିଅ ପାପକୁ ଧୋଇ।

[caption id="attachment_262974" align="alignleft" width="153"]publive-image କବି: ଡ. ଦିଲୀପ ପଣ୍ଡା, ଅବସରପ୍ରାପ୍ତ ଅର୍ଥନୀତି ଅଧ୍ୟାପକ[/caption]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ