coronavirus
ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ ଅନୀଲ ଆରୋରା ଏହି ସୂଚନା ଦେଇଛନ୍ତି । ଭାରତରେ ପ୍ରଥମଥର ପାଇଁ ୫ଜଣ କୋଭିଡ୍ ଆକ୍ରାନ୍ତଙ୍କ ଠାରେ ଏହି ସମସ୍ୟା ଦେଖାଦେଇଥିଲା ।
ଏପ୍ରିଲ-ମେ’ ମାସରେ କରୋନାର ଦ୍ୱିତୀୟ ସଂକ୍ରମଣ ବେଳେ ୫ଜଣ ରୋଗୀଙ୍କ ତଳିପେଟରେ ଯନ୍ତ୍ରଣା ସହ ଝାଡାରେ ରକ୍ତ ପଡିଥିଲା । କୋଭିଡ ସଂକ୍ରମଣ ହେବାର ୨୦ରୁ ୩୦ ଦିନ ମଧ୍ୟରେ ରୋଗୀଙ୍କ ଠାରେ ଏହି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା ।ଆକ୍ରାନ୍ତମାନଙ୍କ ବୟସ ୩୦ରୁ ୭୦ବର୍ଷ ମଧ୍ୟରେ ଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମଳଦ୍ୱାରକୁ ଅପରେସନ କରିବାକୁ ପଡିଥିଲା । ଅନ୍ୟ ତିନି ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ କୋଭିଡର ଦ୍ୱିତୀୟ ଲହରର ଭୟାବହତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ବର୍ତ୍ତମାନ ପରିସ୍ଥିତିରେ ସମ୍ପୂର୍ଣ୍ଣ ଢିଲା ପଣ ଆଗକୁ ଭାରି ପଡିପାରେ । ରାଜଧାନୀ ନୂଆଦିଲ୍ଲରେ କୋଭିଡ ସ୍ଥିତିର ସମୀକ୍ଷା ପରେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଗଲା ଦେଢ ବର୍ଷରୁ ଅଧିକ ସମୟର କୋଭିଡ ବିରୋଧରେ ମୁକାବିଲାର ଅଭିଜ୍ଞତାରୁ ଏହି ଶିକ୍ଷା ମିଳିଛି ଯେ, ସଂକ୍ରମଣ ସଂଖ୍ୟା କମିଥିଲେ ବି ଆମକୁ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ । ଉପଯୁକ୍ତ ନିୟମ ପାଳନ ଏବଂ ଟିକାକରଣ ଦ୍ୱାରା ଆଗାମୀ ସମୟରେ କୋଭିଡର ମୁକାବିଲା କରାଯାଇପାରିବ ବୋଲି କହିଛନ୍ତି ଡାକ୍ତର ହର୍ଷବର୍ଦ୍ଧନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus_1625120274.jpg)