/odishatv-khabar/media/post_attachments/uploadimage/library/16_9/16_9_0/nagin_1626169558.jpg)
nagin
ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ। ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅବଶ୍ୟ ଭିଡିଓଟି ହୋଲିର। ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ହୋଲି ଦିନ ପାଣିକୋଇଲି ମେଳଣରେ ଡ୍ୟୁଟି କରିସାରିବା ପରେ ବାବୁମାନେ ମେଳଣରୁ ଅବିର ରଙ୍ଗ ମାରିହୋଇ ଥାନାକୁ ଆସିଥିଲେ । ଏହାପରେ ଥାନା ଭିତରେ ଆରମ୍ଭ ହୋଇଥିଲା ନାଗିନ ଡ୍ୟାନ୍ସ। ଆଧୁନିକ ଗୀତର ତାଳେତାଳେ ପୋଲିସ ନାଚରେ ବିଭୋର ହୋଇଯାଇଥିଲେ ବାବୁମାନେ।
ଖୋଦ ଆଇଆଇସି ମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛିଅ ଭିଡିଓରେ । ଏହି ଥାନା ଜିଲ୍ଲା ଏସପିଙ୍କ ସରକାରୀ କ୍ୱାର୍ଟରଠାରୁ ମାତ୍ର କୋଡିଏ ମିଟର ଦୂରରେ ଥିବାବେଳେ ଥାନା ଭିତରେ ଏଭଳି ଉତ୍ସୃଙ୍ଖଳ କିଭଳି ଚାଲିଛି ଏବଂ ଏସ୍ପିଙ୍କ ନଜରକୁ ଏହା କିଭଳି ଆସୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ଆଇଆଇସି ମଧ୍ୟ ସ୍ୱୀକାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)