Advertisment

ସପ୍ତାହେରୁ ଅଧିକ ସମୟ ଧରି ଜଳୁଛି ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ; ରାଜକୁମାରୀଙ୍କ ଠାରୁ ରାଜ ନେତା ସମସ୍ତେ ଚିନ୍ତାରେ

ଭୁବନେଶ୍ୱର: ସପ୍ତାହେରୁ ଅଧିକ ସମୟ ଧରି ଶିମିଳିପାଳରେ ଜଳୁଥିବା ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଥମେ ମୟୂରଭଞ୍ଜ ରାଜପରିବାର ଓ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିବା ପରେ ଆଜି ହଠାତ୍ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଜଙ୍ଗଲରେ ନିଆଁ ଲିଭା କାମ ଜୋରଦାର କରାଯାଇଥିବା ବେଳେ ହଜାରରେ ଅଧିକ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପିସିସିଏଫ୍‌ଙ୍କଠୁ […]

author-image
Abinash Pati
ସପ୍ତାହେରୁ ଅଧିକ ସମୟ ଧରି ଜଳୁଛି ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ; ରାଜକୁମାରୀଙ୍କ ଠାରୁ ରାଜ ନେତା ସମସ୍ତେ ଚିନ୍ତାରେ

Similipal fire

ଭୁବନେଶ୍ୱର: ସପ୍ତାହେରୁ ଅଧିକ ସମୟ ଧରି ଶିମିଳିପାଳରେ ଜଳୁଥିବା ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଥମେ ମୟୂରଭଞ୍ଜ ରାଜପରିବାର ଓ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିବା ପରେ ଆଜି ହଠାତ୍ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଜଙ୍ଗଲରେ ନିଆଁ ଲିଭା କାମ ଜୋରଦାର କରାଯାଇଥିବା ବେଳେ ହଜାରରେ ଅଧିକ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପିସିସିଏଫ୍‌ଙ୍କଠୁ ରିପୋର୍ଟ ମାଗିଥିବାବେଳେ, ପିସିସଏଫ୍ କିନ୍ତୁ ନିଆଁ ପଛରେ ବଢୁଥିବା ଖରାକୁ ଦାୟୀ କରିଛନ୍ତି।

Advertisment

ଶିମିଳିପାଳରେ ବେକାବୁ ହୋଇଛି ଜଙ୍ଗଲ ନିଆଁ। କି ଦିନ କି ରାତି, ସପ୍ତାହେ ହେଲାଣି ସବୁଜ ଶିମିଳିପାଳକୁ ଗ୍ରାସି ଚାଲିଛି ଅଣାୟତ୍ତ ଅଗ୍ନି। ଜଳିଯାଉଛି ମୂଲ୍ୟବାନ ଗଛଲତା, ପୋଡ଼ି ପାଉଁଶ ହୋଇଯାଉଛି ବହୁ ବିରଳ ଔଷଧୀୟ ବୃକ୍ଷ। ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ପ୍ରତି ବିରାଟ ବିପଦ ସାଜିଛି ଏ ଅବିରତ ନିଆଁ। ଅଭୟାରଣ୍ୟର ଚନ୍ଦନଚତୁରୀ, ଡିଗଡିଗା, ଡୁକରା, ପୋଡ଼ାଡିହା, ଠାକୁରମୁଣ୍ଡା ଏବଂ ବରେଇପାଣି ଭଳି ୭ଟି ରେଞ୍ଜରେ କୋପ ଦେଖାଇଛି ବନାଗ୍ନି। ସ୍ଥିତି କେତେ ଭୟଙ୍କର ଅଛି ତାହା ଜାଣିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଓଟିଭି। ଆମ ରିପୋର୍ଟର ରଶ୍ମିରଞ୍ଜନ ଦାସ ଘଟଣା ସ୍ଥଳକୁ ଯାଇ ସ୍ଥିତି ସମ୍ପର୍କରେ ସବୁ ତଥ୍ୟ ଦେଇଛନ୍ତି।

[caption id="attachment_249496" align="alignnone" width="846"]publive-image ଜଳୁଛି ଶିମିଳିପାଳ[/caption]

Advertisment

ନିଆଁକୁ ଶୀଘ୍ର କାବୁ କରାନଗଲେ, ଜଙ୍ଗଲ ଭିତରେ ଥିବା ଗାଁ ବି ଧ୍ୱଂସ ପାଇଯିବା ଶଙ୍କା କଲେଣି ସ୍ଥାନୀୟ ବାସିନ୍ଦା। ନିଆଁ ବର୍ତ୍ତମାନ ପରିବେଷକୁ ଦୂଷିତ କରିବାକୁ ଲାଗିଲାଣି। ସମସ୍ତ ଅଫିସରଙ୍କୁ କର୍ତ୍ତବ୍ୟ ଅଧିକ ଷ୍ଟାଫ୍ ମୁତୟନ କରିବା ଓ ବାହାରୁ ସ୍କ୍ୱାର୍ଡ ମଗାଇବା କିନ୍ତୁ ଏମାନେ ତାହା କରୁ ନାହାନ୍ତି। ଜଙ୍ଗଲ ନିଆଁ କେତେବେଳେ ଯେ ଗାଁକୁ ମାଡ଼ି ଆସିବ କିଛି କହିହେବ ନାହିଁ ବୋଲି ସ୍ଥାନୀୟ ପୋଡ଼ାଡିହା ବାସିନ୍ଦା କହିଛନ୍ତି।

ଏପଟେ ଶିମିଳପାଳ ଜଙ୍ଗଲରେ ଲାଗିଥିବା ନିଆଁ କାବୁ କରିବାକୁ ଅନବରତ ଲାଗିଛନ୍ତି ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳି। ଏଥିପାଇଁ ୪୦ଟି ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲାଗିଛି। ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଶଶି ପଲ୍। ଶିମିଳିପାଳ ନିଆଁ ପାଇଁ ବଢୁଥିବା ଖରାକୁ ଦାୟୀ କରିଛନ୍ତି ପିସିସିଏଫ୍। ଏନେଇ ସେ କହିଛନ୍ତି ଫେବ୍ରୁଆରୀ ୧୫ ତାରିଖରୁ ପଦକ୍ଷେପ ନିଆଯାଇଛି। ସେଠାରେ ଆହୁରି କଣ ପଦକ୍ଷେପ ନେଇ ହେବ ତା ଉପରେ ବିଚାର କରାଯାଉଛି ବୋଲି କହିଛନ୍ତି ପିସିସିଏଫ୍‌ କହିଛନ୍ତି।

ଶିମିଳିପାଳ ଜଙ୍ଗଲରେ ନିଆଁ ଖବରକୁ ନେଇ ପ୍ରଥମେ ଉଦ୍‌ବେଗ ପ୍ରକାଶ କରିଥିଲେ ମୟୂରଭଞ୍ଜର ରାଜ ପରିବାର। ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ ଟ୍ୱିଟ୍ କରି ଲେଖିଥିଲେ ଯେ ଶିମିଳିପାଳରେ ସପ୍ତାହେ ଧରି ଭୟଙ୍କର ନିଆଁ ଲାଗିଛି। ୫୦ କେଜି ହାତୀଦାନ୍ତ ମିଳିଛି। ବାଲି ଓ କାଠର ବେଆଇନ୍ ଚୋରା ଚାଲାଣ ବି ଚାଲିଛି। କେବଳ କିଛି ରାଜ୍ୟ ଗଣମାଧ୍ୟମକୁ ଛାଡ଼ିଲେ ଜାତୀୟସ୍ତରର କୌଣସି ଗଣମାଧ୍ୟମ ଏସିଆର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଜଳୁଥିବା ଖବର ସଂଗ୍ରହ କରୁନାହାନ୍ତି। ସେହି ଟ୍ୱିଟ୍‌କୁ ଆଧାର କରି ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏହାପରେ ଜାଭଡେକର ମଧ୍ୟ ଏ ଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ରିପୋର୍ଟ ଦେବାକୁ ବିଭାଗୀୟ ଅଫିସରଙ୍କୁ କହିଥିବା ଟୁଇଟ୍‌ରେ ଜଣାଇଛନ୍ତି।

[caption id="attachment_249497" align="aligncenter" width="851"]publive-image ସିମିଳିପାଳରେ ନିଆଁ[/caption]

ଏପଟେ ନିଆଁ କେମିତି ଓ କାହିଁକି ଲାଗିଲା? ତାର ଅନୁଧ୍ୟାନ ହେବ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଅନୁଧ୍ୟାନ କରି ରିପୋର୍ଟ ଦେବେ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଶିମିଳିପାଳ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ କରି ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି। ଏଣେ ଆଜି ଓଟିଭି ସହ ସ୍ୱତନ୍ତ୍ର ଆଲୋଚନା ବେଳେ ଅକ୍ଷିତା ଭଞ୍ଜଦେଓ କହିଛନ୍ତି-ଶିମିଳିପାଳ ନିଆଁ ମନୁଷ୍ୟକୃତ। ଏହା ବର୍ଷ ବର୍ଷ ଧରି ଚାଲିଛି। ବେଆଇନ୍ ଖଣିଖନନ, ଶିକାର ଓ ଗଛକଟା ଜାରି ରହିଛି ସ୍ୱାଧୀନତା ପରଠୁ ଶିମିଳାପାଳର ଉନ୍ନତି ପାଇଁ କ’ଣ ହୋଇଛି ବୋଲି ବି ସେ ପ୍ରଶ୍ନ କରିଛନ୍ତି।

ଏପଟେ ପରିବେଶବିତ ସୂର୍ଯ୍ୟେନ୍ଦୁ କୁମାର ଦେ କହିଛନ୍ତି ଯେ ଜଙ୍ଗଲରେ ନିଆଁ ପ୍ରତି ସ୍ଥାନୀୟବାସିନ୍ଦା ବା ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ଧ୍ୟାନ ଦେବା ଉଚିତ୍। ଜଙ୍ଗଲକୁ ଗଲାବେଳେ ସାଥିରେ ଦହନଶୀଳ ଜନିଷ ନେବା କଥା ନୁହେଁ। ଯେଉଁମାନେ ପିକ୍‌ନିକ୍ ଯାଉଛନ୍ତି ସେମାନେ ଭୋଜି ପରେ ନିଆଁ ସମ୍ପୂର୍ଣ୍ଣ ଲିଭାଇ ଆସିବା ନିହାତି ଦରକାର ବୋଲି ଶ୍ରୀ ଦେ କହିଛନ୍ତି। ତା ସହିତ ପାଶ୍ଚାତ୍ୟ ଦେଶରେ ଯେଭଳି ଆକାଶମାର୍ଗରୁ ନିଆଁ ଲିଭାଇବା କାର୍ଯ୍ୟ କରାଯାଉଛି ତାହା ଏଠି କରିବା ନିହାତି ଦରକାର ବୋଲି ସୂର୍ଯ୍ୟେନ୍ଦୁ କୁମାର ଦେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିମିଳିପାଳରେ ଅନେକ ଔଷଧୀୟ ଗଛ ରହିଛି ଯାହାର ଚିହ୍ନଟ କରାଯାଇ ନାହିଁ। ହାତୀ ବାଘ ଆଦି ଜୀବ ମରି ନାହାନ୍ତି ହେଲେ ଯେଉଁ ଅନ୍ୟ ଛୋଟ ଜୀବମାନେ ମରିଛନ୍ତି ସେମାନଙ୍କ ସଂଖ୍ୟା ଆକଳନ କରିବା ବହୁତ କଷ୍ଟ। ଜଙ୍ଗଲ ପାଇଁ ସେମାନଙ୍କ ଯୋଗଦାନ ବି ବହୁତ ଆବଶ୍ୟକ। ଭୂଗୋଳ ଦେଖିଲେ ସାହାରା ମରୁଭୂମି ୨୧.୫ ଅଖ୍ୟାଂଶରେ ରହିଥିବା ବେଳେ ଶିମିଳିପାଳ ୨୨.୫ ଅଖ୍ୟାଂଶରେ ରହିଛି। ଏଥିପାଇଁ ଓଡ଼ିଶାରେ ବୃଷ୍ଟି ଠିକ୍ ଭାବରେ ହେଉଛି, ଚରିହରିତ ରହୁଛି। ଯଦି ଏହି ଜଙ୍ଗଲ ନଷ୍ଟ ହୋଇଯିବ ତେବେ ବହୁତ କ୍ଷତି ହେବ।

Fire In Similipal Forest
Advertisment
Advertisment