/odishatv-khabar/media/post_attachments/uploadimage/library/16_9/16_9_0/mahanadi-1_1623321952.jpg)
mahanadi
ଭୁବନେଶ୍ୱର: ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ଅହୁରି ୨ବର୍ଷ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଅନ୍ତଃରାଜ୍ୟ ନଦୀ ଜଳ ବିିବାଦ ଆଇନ ୧୯୫୬ ଧାରା ୪ ଅନୁସାରେ ଟ୍ରିବୁନାଲ ଗଠନ ହୋଇଥିଲା ।
ତେବେ ଏହି ଟ୍ରିବୁନାଲର ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । ୨୦୨୧ ମାର୍ଚ୍ଚ ୧୧ ସୁଦ୍ଧା ଟ୍ରିବୁନାଲ ଏହାର ରିପୋର୍ଟ ଦାଖଲ କରିବାର ଥିଲା । କନ୍ତୁ କେତେକ କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ଟ୍ରିବୁନାଲ ରିପୋର୍ଟ ଦାଖଲ କରିନାହାନ୍ତି । କାର୍ଯ୍ୟକାଳ ବୃଦ୍ଧି ପରେ ୨୦୨୩ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ବର୍ତ୍ତମାନ ଟ୍ରିବୁନାଲର ଅବଧି ଧାର୍ଯ୍ୟ କରାଯାଇଛି । ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବୁନାଲର ଗଠନ ହୋଇଥିଲା ।
ତେବେ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଓଡ଼ିଶା ଉପରେ ଜବରଦସ୍ତ ପ୍ରଭାବ ପକାଇଛି । ହୀରାକୁଦ ଉପରମୁଣ୍ଡରେ ଥିବା କଲ୍ମା ବ୍ୟାରେଜ୍ରେ ଲହଡ଼ି ଭାଙ୍ଗୁଛି ପାଣି । ତଳମୁଣ୍ଡରେ କିନ୍ତୁ ସ୍ଥିତି ସାଙ୍ଘାତିକ ଅବସ୍ଥା । ଟୋପାଏ ବି ପାଣି ନାହିଁ ସବୁଆଡେ କେବଳ ବାଲି ଆଉ ବାଲି । ହୀରାକୁଦ ତଳମୁଣ୍ଡ ସମ୍ବଲପୁରରେ ମହାନଦୀର ନଦୀଶଯ୍ୟା ଶୁଖି ପଥର ଦେଖାଗଲାଣି । ଯେଉଁଠି ବି ପାଣି ଅଛି ଖୁବ୍ କମ୍ ପରିମାଣର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)