/odishatv-khabar/media/post_attachments/uploadimage/library/16_9/16_9_0/54545445_1625930060.jpg)
54545445
ଚେନ୍ନାଇ:ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ସ୍ୱଦେଶ ଫେରିଯିବେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନ୍ପିଙ୍ଗ ମଧ୍ୟରେ ମହାବଳୀପୁରମ୍ରେ ଅନୌପଚାରିକ ସାକ୍ଷାତ ହୋଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ଏଠାରେ ଆଲୋଚନା ହୋଇଥିଲା।
ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ଅନେକ ବାର ଏକୁଟିଆ ଆଲୋଚନା କରିବାକୁ ପଡ଼ିଥିଲା। ଏହି ସାକ୍ଷାତବେଳେ ଦୁଇ ନେତାଙ୍କ ମଧ୍ୟରେ ଭାବ ବିନିମୟରେ ପ୍ରତିବନ୍ଧକ ସାଜିଥିଲା ଭାଷା। କାରଣ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀରେ କହିବାକୁ ଭଲ ପାଉଥିବାବେଳେ ଜିନ୍ପିଙ୍ଗ ମାଣ୍ଡାରିନ ଭାଷାରେ କହୁଥିଲେ। ତେବେ ଏହି ପ୍ରତିବନ୍ଧକ କିପରି ହଟିଲା ଜାଣନ୍ତି ?
/odishatv-khabar/media/post_attachments/wp-content/uploads/2019/10/454646453637.jpg)
ଚୁଟ୍କିରେ ଏହି ସମସ୍ୟାର ସମାଧାନ କରିଥିଲେ ଜଣେ ଭାରତୀୟ ମହିଳା ଆଇଏଫଏସ୍ । ନାଁ ତାଙ୍କର ପ୍ରିୟଙ୍କା ସୋହାନୀ। ଦୁଇ ଦିନ ଧରି ଏହି ମହିଳା ଆଇଏଫଏସ ପ୍ରଧାନମନ୍ତ୍ରୀଙ୍କ ପାଖରେ ତାଙ୍କର ଛାଇ ପରି ରହିଥିଲେ। ଜିନ୍ପିଙ୍ଗଙ୍କ ମାଣ୍ଡାରିନ ଭାଷାକୁ ହିନ୍ଦୀରେ ଅନୁବାଦ କରି ମୋଦିଙ୍କୁ କହୁଥିଲେ। ରାଷ୍ଟ୍ରପତି ଜିନ୍ପିଙ୍ଗ ବୁଲିବା ସମୟରେ ଅନେକ ଥର ମୋଦିଙ୍କୁ ଭାରତୀୟ ସଂସ୍କୃତି ଏବଂ ପ୍ରତୀକ ସମ୍ପର୍କିତ ତଥ୍ୟ ପଚାରୁଥିଲେ। ଏହି ସମୟରେ ସୋହାନୀ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କୁ ସାହାଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଥିଲା।/odishatv-khabar/media/post_attachments/wp-content/uploads/2019/10/234.jpg)
୨୦୧୨ ବ୍ୟାଚ୍ର ଏଇ ମହିଳା ଆଇଏଫଏସ ପ୍ରିୟଙ୍କା ସୋହାନୀ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାବେଳେ ଉପସ୍ଥିତ ଥିଲେ। ସୂଚନାଥାଉ କି, ସୋହାନୀ ବିଦେଶ ମନ୍ତ୍ରାଳୟର ବେଷ୍ଟ ଟ୍ରେନି ଅଫିସର ଭାବେ ଗୋଲ୍ଡ ମେଡାଲ ଜିତିଥିଲେ। ତାଙ୍କର ଦକ୍ଷତା ଓ ଦାୟିତ୍ୱବୋଧରେ ଦେଖି ତତ୍କାଳୀନ ବିଦେଶ ସଚିବ ସୁଜାତା ସିଂହ ତାଙ୍କୁ ବିମଳ ସାନ୍ୟାଲ ସମ୍ମାନରେ ସମ୍ମାନିତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)