/odishatv-khabar/media/post_attachments/uploadimage/library/16_9/16_9_0/kngana_1625247677.jpg)
kngana
ଥିରୁଭନନ୍ତପୁରମ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ବଢ଼ିଲା ଅଡ଼ୁଆ। କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ କଙ୍ଗନା କରିଥିବା ବିବାଦୀୟ ଟ୍ୱିଟ୍ ପାଇଁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
କଙ୍ଗନାଙ୍କ ବିବାଦୀୟ ଟ୍ୱିଟ୍କୁ ନେଇ କେରଳର ଟୁମ୍କୁର JMFCକୋର୍ଟରେ କ୍ରିମିନାଲ କେସ୍ ରୁଜୁ କରିଥିଲେ ଜଣେ ଆଇନଜୀବି। କୋର୍ଟ ଏହାର ଶୁଣାଣି କରି କ୍ୟାଥସାନ୍ଦ୍ର ପୁଲିସ୍ ଷ୍ଟେସନର ସର୍କଲ ଇନସପେକ୍ଟରଙ୍କୁ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ଆଇନଜୀବିଙ୍କ ଅଭିଯୋଗ ପତ୍ରର କପି ପୁଲିସ୍କୁ ଦେଇଛନ୍ତି। କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗକାରୀ ଓକିଲ ଏଲ୍ ରମେଶ ନାଇକ ପିଟିଆକୁ ସୂଚନା ଦେଇଛନ୍ତି।
କୃଷି ବିଲ୍ ବିରୋଧରେ ବିକ୍ଷୋଭ କରୁଥିବା କୃଷକ ବିଷଶୟରେ ଟ୍ୱିଟ୍ କରି ବିକ୍ଷୋଭକାରୀ ଓ କୃଷକଙ୍କୁ ଉସ୍କାଉଥିବା ଲୋକଙ୍କୁ ‘ଆତଙ୍କବାଦୀ’ ବୋଲି କହିଥିଲେ କଙ୍ଗନା।
ଏମ୍ଏସ୍ପିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍ରେ ପ୍ରତିକ୍ରିୟା ଦେଇ କଙ୍ଗନା ଟ୍ୱିଟ୍ କରିଥିଲେ “ପ୍ରଧାନମନ୍ତ୍ରୀ ଜୀ ଯଦି କେହି ଶୋଇଛି ତେବେ ତାକୁ ଉଠାଯାଇପାରେ, ଭୁଲ ବୁଝାମଣା ଥିଲେ ତାଙ୍କୁ ବୁଝାଇ ଦିଆଯାଇପାରେ, କିନ୍ତୁ ଯିଏ ଶୋଇବାର ଅଭିନୟ କରେ ଓ ଅବୁଝା ହେବାର ଅଭିନୟ କରେ ତାଙ୍କୁ ଆପଣ ବୁଝାଇଲେ ବି କିଛି ଲାଭ ହେବନି। ଏମାନେ ସେହି ଆତଙ୍କବାଦୀ, ସିଏଏରେ କାହାର ବି ନାଗରିକତା ଗଲାନି କିନ୍ତୁ ଏମାନେ ରକ୍ତର ନଦୀ ବୁହାଇଦେଲେ।”
କୃଷକ ବିଲ୍କୁ ନେଇ ଗୋଟିଏ ପରେ ଗୋଟିଏ ଅନେକ ଟ୍ୱିଟ୍ କରିଛନ୍ତି କଙ୍ଗନା। ବିକ୍ଷୋଭକାରୀଙ୍କୁ ଉସ୍କାଉଥିବା ଲୋକଙ୍କ ଆତଙ୍କବାଦୀ କହିବା ସହିତ ସେମାନଙ୍କୁ କଡ଼ା ନିନ୍ଦା କରିଛନ୍ତି।
ସେପ୍ଟେମ୍ବର ୨୦ ତାରିଖରେ ଏହି ଟ୍ୱିଟ୍ କରିଥିଲେ କଙ୍ଗନା ରାଣାୱତ। ଯାହାକୁ ନେଇ ତାଙ୍କ ବିରୋଧରେ IPCର ଧାରା 44, 108, 153, 153A ଏବଂ504 ଧାରାରେ ମାମଲା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)