tina-am
ମୁମ୍ବାଇ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ। ପ୍ରତ୍ୟେକ ନଭେମ୍ବର ୧୯ ତାରିଖ ଦିନ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ। ପ୍ରଥମ ଥର ୨୦୦୭ ମସିହାରେ ଭାରତରେ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ ଇଣ୍ଡିଆନ ଫ୍ୟାମିଲି’ ପ୍ରଥମଥର ପାଇଁ ଭାରତରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରିଥିଲା।
ତେବେ ଆଜି ପୁରୁଷ ଦିବସ ଉପଲକ୍ଷେ ସୋଶାଲ୍ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ସଂଖ୍ୟା କମ୍ ରହିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଟିନା ଅମ୍ବାନୀ ତାଙ୍କ ଜୀବନରେ ଥିବା ପୁରୁଷ ମାନଙ୍କ ଭୂମିକାକୁ ନେଇ ଏକ ଟ୍ୱିଟ୍ କରିଛନ୍ତି।
ସ୍ୱାମୀ ଅନିଲ୍ ଅମ୍ବାନୀ ଏବଂ ଦୁଇ ପୁଅ ଅନମୋଲ୍ ଏବଂ ଅଂଶୁଲକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି। ଏହି ୩ଜଣଙ୍କର ଫଟୋ ଶେଆର କରି ସେ ଲେଖିଛନ୍ତି, ଏହି ପୋଷ୍ଟ ସେ ସମସ୍ତ ଅଦ୍ଭୁତ ପୁରୁଷଙ୍କ ପାଇଁ ଯେଉଁମାନେ ତାଙ୍କ ଜୀବନରେ ମହିଳା ମାନଙ୍କୁ ସଶକ୍ତ କରନ୍ତି ଏବଂ ତାଙ୍କ ମାଆ, ପତ୍ନୀ , ଝିଅ ଏବଂ ଭଉଣୀ ପାଇଁ ସୁରକ୍ଷାର ଏକ ଢାଲ ପରି ଠିଆ ହୁଅନ୍ତି।
ସେ ଆହୁରି କହିଛନ୍ତି, ମୋ ଜୀବନରେ ଏହି ଅଧିକାର ଏବଂ ସମର୍ଥନ ହେଉଛି ଏକ ଆଶିର୍ବାଦ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tina-am_1625101623.jpg)