Advertisment

IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

ଭୁବନେଶ୍ୱର: କଟକ ନୟାସଡ଼କ ଅର୍ଥଲଗାଣକାରୀ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଏଥିରେ  ଘର ଢିଙ୍କି ହିଁ କୁମ୍ଭୀର ସାଜିଛି।  କାହିଁକି ନା, ଏହି ଘଟଣାର ମାଷ୍ଟରମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ସଂସ୍ଥାରୁ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ କରାଯାଇଥିବା ଦର୍ଶାଇଥିବାର ଆଜି ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ମାମଲାରେ ମୋଟ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ […]

author-image
Biswobandita Swain
IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

iifl

ଭୁବନେଶ୍ୱର: କଟକ ନୟାସଡ଼କ ଅର୍ଥଲଗାଣକାରୀ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଏଥିରେ  ଘର ଢିଙ୍କି ହିଁ କୁମ୍ଭୀର ସାଜିଛି।  କାହିଁକି ନା, ଏହି ଘଟଣାର ମାଷ୍ଟରମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ସଂସ୍ଥାରୁ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ କରାଯାଇଥିବା ଦର୍ଶାଇଥିବାର ଆଜି ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

Advertisment

ଏହି ମାମଲାରେ ମୋଟ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି। ମାଷ୍ଟର ମାଇଣ୍ଡ ଅମ୍ରିତ କିଛି ବନ୍ଧକ ସୁନାକୁ ହଡ଼ପ କରିବା ପରେ ଏଭଳି ନାଟକ ଭିଆଇଥିଲେ। ଅଡିଟ୍ ସମୟରେ ଧରାପଡ଼ିଯିବା ଆଶଙ୍କାରେ ନିଜ ସାଙ୍ଗ ଜରିଆରେ ଲୁଟ୍ କରାଇଥିଲା। ଏହି ହଡପ ପଛରେ ନିଜ ବଡ଼ ଭାଇ ଓ ଅନ୍ୟ ୪ ଜଣ ସାଙ୍ଗ ଥିଲେ।  ସେମାନଙ୍କ ଜରିଆରେ ସମସ୍ତ ଲୁଟ୍ କରାଯାଇଥିଲା। ଲୁଟ୍‌ର

ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଏମିତି ଯୋଜନା କରିଥିଲେ ଅମ୍ରିତ ଓ ତା ଭାଇ।ଗତ ୧୯ ତାରିଖରେ ନୟାସଡ଼କ ସ୍ଥିତ IIFL ସଂସ୍ଥାରୁ ଲୁଟ୍ ହୋଇଥିଲା।

Advertisment
Advertisment
Advertisment