Advertisment

ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା

ଲକ୍ଷ୍ନୌ: ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଦୀପାବଳି ପୂର୍ବରୁ ବିଭିନ୍ନ ରଙ୍ଗବେରଙ୍ଗରେ ଆଲୋକିତ ହୋଇଛି ଅଯୋଧ୍ୟା। ଯୁଆଡ଼େ ଦେଖିବେ ସିଆଡ଼େ ରାମଙ୍କ ସ୍ମୃତି ଚାରଣ, ବୀରତ୍ୱର ପ୍ରତିକ। ରାମ ଚରିତ ମାନସର ବିଭିନ୍ନ କାହାଣୀକୁ ଆଲୋକରେ ଲୋକଙ୍କୁ ଦର୍ଶା ଯାଇଛି। ସରଯୁ ନଦୀ କୂଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ନଦୀରେ ସ୍ୱତନ୍ତ୍ର ଅଳତୀ ଓ ଦୀପତ୍ସୋବ ପାଇଁ ବିଶେଷ ଆୟୋଜନ ହୋଇଛି। ଏଥର ସରଯୁ ନଦୀ କୂଳ ରାମ୍‌ କି ପେଡ଼ିରେ ୫ ଲକ୍ଷ ୫୧ […]

ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା

ayodhya

Advertisment

ଲକ୍ଷ୍ନୌ: ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଦୀପାବଳି ପୂର୍ବରୁ ବିଭିନ୍ନ ରଙ୍ଗବେରଙ୍ଗରେ ଆଲୋକିତ ହୋଇଛି ଅଯୋଧ୍ୟା। ଯୁଆଡ଼େ ଦେଖିବେ ସିଆଡ଼େ ରାମଙ୍କ ସ୍ମୃତି ଚାରଣ, ବୀରତ୍ୱର ପ୍ରତିକ। ରାମ ଚରିତ ମାନସର ବିଭିନ୍ନ କାହାଣୀକୁ ଆଲୋକରେ ଲୋକଙ୍କୁ ଦର୍ଶା ଯାଇଛି। ସରଯୁ ନଦୀ କୂଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ନଦୀରେ ସ୍ୱତନ୍ତ୍ର ଅଳତୀ ଓ ଦୀପତ୍ସୋବ ପାଇଁ ବିଶେଷ ଆୟୋଜନ ହୋଇଛି। ଏଥର ସରଯୁ ନଦୀ କୂଳ ରାମ୍‌ କି ପେଡ଼ିରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୟୋଳନ ହେବ। ରାମାୟଣର ବିଭିନ୍ନ କାହାଣୀ ଅକାରରେ ଦୀପକୁ ସଜା ଯାଇଛି।

Advertisment

ଏହାସହ ରାମାୟଣର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ମାନେ ବି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଦୀପାବଳିରେ ଅଯୋଧ୍ୟାକୁ ଆସୁଥିବା ଯାତ୍ରୀ କରୋନା କଟକଣା ଭିତରେ କିଭଳି କାର୍ଯ୍ୟକ୍ରମରେ ଯୋଗଦେବେ, ସେ ନେଇ ଧ୍ୟାନରେ ରଖାଯାଇଛି। ବନବାସ କାଟିବା ପରେ ଅଯୋଧ୍ୟାକୁ ଶ୍ରୀରାମ, ସୀତା, ଲକ୍ଷ୍ମଣ ଫେରିବା ଦିନ ଅଯୋଧ୍ୟାବାସୀ ଦୀପ ଜାଳି ସ୍ୱାଗତ କରିଥିଲେ। ସେହି ଦିନଠାରୁ ଦୀପାବଳି ପାଳନ ହୋଇ ଆସୁଛି। ଅପରପକ୍ଷେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବା ପରେ ପ୍ରଥମ ଥର ପାଇଁ ଦୀପତ୍ସୋବ ଅଯୋଧ୍ୟାରେ ପାଳନ ହେଉଛି। ୨୦୧୭ରୁ ପ୍ରତି ବର୍ଷ ଅଯୋଧ୍ୟାରେ ଗ୍ରାଣ୍ଡ ଦୀପୋତ୍ସବ ଆୟୋଜିତ ହୋଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ