Advertisment

ତୁମ ପିଲା ମାଟ୍ରିକ୍‌ରେ ଫେଲ୍ ହୋଇଛି। ଟଙ୍କା ଦିଅ, ପାସ୍ କରାଇ ଦେବୁ !

ବୀରମିତ୍ରପୁର: ମୁଁ କଟକ ବୋର୍ଡ ଅଫିସରୁ କହୁଛି। ଆସନ୍ତା ଜୁନ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆପଣଙ୍କ ପିଲା ସବୁ ବିଷୟରେ ପାସ୍‌ କରିଛି। କେବଳ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟରେ…

author-image
Chandan Shishu
ତୁମ ପିଲା ମାଟ୍ରିକ୍‌ରେ ଫେଲ୍ ହୋଇଛି। ଟଙ୍କା ଦିଅ, ପାସ୍ କରାଇ ଦେବୁ !

fraud-cal

ବୀରମିତ୍ରପୁର: ମୁଁ କଟକ ବୋର୍ଡ ଅଫିସରୁ କହୁଛି। ଆସନ୍ତା ଜୁନ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆପଣଙ୍କ ପିଲା ସବୁ ବିଷୟରେ ପାସ୍‌ କରିଛି। କେବଳ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟରେ ଫେଲ ହୋଇଛି। ଯଦି କହିବେ, ଆମେ ଆପଣଙ୍କ ପିଲାକୁ ପ୍ରଥମ ଶ୍ରେଣୀରେ ପାସ କରିଦେବୁ। ଏଥିପାଇଁ ଆପଣ ବୋର୍ଡ ଅଧିକାରୀଙ୍କୁ ୮୦୦୦ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ୬୦୦୦ ଟଙ୍କା ଦେବାକୁ ପଡିବ। ଯେତେ ଶୀଘ୍ର ବୋର୍ଡ ଅଧିକାରୀଙ୍କୁ ଅନଲାଇନ୍‌ରେ ଟଙ୍କା ପଠାଇବେ, ସେତେ ଶୀଘ୍ର ଆପଣଙ୍କ କାମ ହୋଇଯିବ। ଯଦି ଏମିତି କଲ୍‌ ଆସୁଛି ତାହା ହେଲେ ସାବଧାନ ହୋଇଯାଆନ୍ତୁ।  ଗତକାଲିଠୁ ଏମିତି ଅଜଣା ଫ୍ରଡ୍ କଲ୍ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରୀଆ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ। ସେମାନେ କାହାକୁ ଗଣିତ, ଇଂରାଜୀ ତ ଅନ୍ୟ କାହାକୁ ଭୂଗୋଳ, ସଂସ୍କୃତରେ ଫେଲ ହୋଇଥିବା କହି ଭୟଭୀତ କରୁଛନ୍ତି। କରୋନା ଲକଡାଉନର ସୁଯୋଗ ନେଇ ମାତିଛନ୍ତି ଏ ସାଇବର ଠକ। ଟାର୍ଗେଟରେ ରହିଛନ୍ତି ସୁନ୍ଦରଗଡ ଜିଲ୍ଲାର ନିରୀହ ଆଦିବାସୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ।

ବୋର୍ଡ ଅଫିସ୍‌ରେ ହେଉ ଅବା ସ୍କୁଲରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ନାମ, ପିତାଙ୍କ ନାମ ଓ ଯୋଗାଯୋଗ ଠିକଣା, ଫୋନ ନମ୍ବରର ତାଲିକା ହାତେଇଛନ୍ତି ଏହି ସାଇବର ଠକ। ତେବେ ବଡ଼ ପ୍ରଶ୍ନ ହେଉଛି, ଠକମାନେ କେଉଁଠୁ ସୁନ୍ଦରଗତ ଜିଲ୍ଲାର ସ୍କୁଲ ନାମ, ମାଟ୍ରିକ ଛାତ୍ରଛାତ୍ରୀଙ୍କ ତାଲିକା ସେମାନଙ୍କ ଅଭିଭାବକଙ୍କ ନାମ ମୋବାଇଲ ନମ୍ବର ପାଇଲେ? ସେମାନଙ୍କୁ ବୋର୍ଡର କିଛି କର୍ମଚାରୀ ସାହାଯ୍ୟ କରୁନାହାନ୍ତି ତ? ଏସବୁକୁ ନେଇ ଏବେ ଜିଲ୍ଲା ପୁଲିସ ଖୋଳତାଡ କରିବାର ଆବଶ୍ୟକତା ରହିଛି। ତେବେ ଏନେଇ ପୁଲିସ ପ‍କ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
Advertisment