Advertisment

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର: ୧୯୯୯ କୋଲ୍ ବ୍ଳକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇଥିବା ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମାଡିହ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଗତକାଲି […]

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

dillp-rot

Advertisment

ଭୁବନେଶ୍ୱର: ୧୯୯୯ କୋଲ୍ ବ୍ଳକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇଥିବା ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ।

୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମାଡିହ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଗତକାଲି ଦିଲୀପଙ୍କ ସହ ଅନ୍ୟ ତିନିଜଣଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ। ତତ୍କାଳୀନ କୋଇଲା ସଚିବ ପ୍ରଦୀପ ବାନାର୍ଜୀ, ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲଙ୍କୁ ତିନିବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।

Advertisment

ଦିଲୀପଙ୍କ ସମେତ ସମସ୍ତ ତିନି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଏବଂ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ୍‌କୁ ୬୦ଲକ୍ଷ ଓ କାଷ୍ଟ୍ରନ୍ ମାଇନିଂକୁ ୧୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତା’ ସହିତ ଦଣ୍ଡାଦେଶର କିଛି ଘଣ୍ଟା ଭିତରେ ସମସ୍ତ ୪ ଦୋଷୀଙ୍କୁ କୋର୍ଟ ଜାମିନ୍ ଦେଇଥିଲେ କୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ