Advertisment

ସ୍ଥଳ ଭାଗ ମୁହାଁ ସାମୁଦ୍ରିକ ଝଡ଼ 'ନିଭାର୍'

ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ବଢ଼ିବ। ଏପରିକି ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବା ସହ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ଭାରତୀୟ ପାଣିପାଗ […]

ସ୍ଥଳ ଭାଗ ମୁହାଁ ସାମୁଦ୍ରିକ ଝଡ଼ 'ନିଭାର୍'

nnnn

Advertisment

ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ବଢ଼ିବ। ଏପରିକି ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବା ସହ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିବ।

Advertisment

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ଏହା ଚେନ୍ନାଇଠାରୁ ୪୭୦ ଓ ପୁଡ଼ୁଚେରିରୁ ୪୪୦ କିଲୋମିଟର୍ ଦୂରରେ ରହିଛି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରି ହାଇ ଆଲର୍ଟରେ ରହିଛି। ଏହି ସବୁ ରାଜ୍ୟର ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ରାସନ ଓ ଅନ୍ୟ ଆନୁସଙ୍ଗିକ ସାମଗ୍ରୀକୁ ମହଜୁଦ୍ ରଖାଯାଇଛି। ସେହିପରି ଆନ୍ଧ୍ର ଏବଂ ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି।

ତେବେ ନିଭାରର ସେତେଟା ପ୍ରଭାବ ଓଡ଼ିଶାରେ ପଡ଼ିବନି। ତଥାପି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତାକାଲି ଏବଂ ୨୬ ତାରିଖରେ ଦୁଇ ଦିନ ଧରି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି। ତେବେ ୨୬ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ। ଓଡ଼ିଶାରେ ସମ୍ଭାବ୍ୟ ବର୍ଷାକୁ ଦେଖି ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଚାଷୀଙ୍କ ଅମଳ ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ