/odishatv-khabar/media/post_attachments/uploadimage/library/16_9/16_9_0/nirmala-1_1626167033.jpg)
nirmala
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ଆଜି ବଜେଟ୍ରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍ ଲାଗୁ କରାଯାଇଛି। ତେବେ ଏହାର ସିଧାସଳଖ ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବ ନାହିଁ। ସ୍ୱାସ୍ଥ୍ୟ ବଜେଟ ୧୩୭ ପ୍ରତିଶତ ବୃଦ୍ଧି ଘଟିଛି।
ଏହା ବ୍ୟତୀତ ଆଉ କ’ଣ ବିଶେଷ ଘୋଷଣା କରାଯାଇଛି ବଜେଟରେ ? ଜାଣନ୍ତୁ ବୁଲେଟ ପଏଣ୍ଟରେ
୧-୫ ମିଲିଅନ ଡଲାର ଇକନମି ପାଇଁ ମାନୁଫାକ୍ଚରିଂ ଉପରେ ଫୋକସ୍ ଦିଆଯାଇଛି
୨-କୋଭିଡ ଭାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା
୩-ପୁରୁଣା କାର ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ ହେବ, ଅଟୋ ଫିଟ୍ନେସ ସେଣ୍ଟର ହେବ
୪-ସହର ମତ୍ସ୍ୟ ଭାରତ ମିଶନରେ ଏକ ଲକ୍ ୪୧ ହଜାର କୋଟି ଖର୍ଚ୍ଚ ହେବ
୫-ବାୟୁ ପ୍ରଦୂଷଣ ରୋକିବା ପାଇଁ ୨ ହଜାର କୋଟ ଖର୍ଚ୍ଚ ଅଟକଳ
୬-ସ୍ୱାସ୍ଥ୍ୟ ବଜେଟ ୯୪ ହଜାର କୋଟିରୁ ବୃଦ୍ଧି ୨.୨୩ ଲକ୍ଷ କୋଟି ହେଲାୟ
-୧୭ ନୂଆ ପବ୍ଲିକ ହେଲ୍ଥ ୟୁନିଟ୍, ନାଶନାଲ ଇନ୍ଷ୍ଟିଚ୍ୟୁଶନ ଅଫ ୱାର୍ଲଡ ହେଲ୍ଥ ସେଣ୍ଟର ହେବ
୭-ସହରରେ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେବ
୮-ଆସନ୍ତାବର୍ଷ ଦେଶରେ ୮୫୦୦ କିଲୋମିଟର ସଡକ ନିର୍ମାଣ କରାଯିବ
୧୦-ଭାରତମାଳା ପ୍ରେଜେକ୍ଟରେ ୩ ହଜାର କିଲୋମିଟର ସଡକ ତିଆରି ହେବ
୧୧-ତାମିଲନାଡୁ, ଆସାମ୍, ପଶ୍ଚିମବଙ୍ଗକୁ ମିଳିବ ନୂଆ ସଡକ ଓ କରିଡର ଉପହାର
୧୨-ବୀମା କ୍ଷେତ୍ରରେ ସରକାରଙ୍କ ବଡ ନିଷ୍ପତ୍ତି, FDI ୭୪ ପ୍ରତିଶତକୁ ବୃଦ୍ଧି
୧୩-ଋଣକୁ ନେଇ ସରକାରଙ୍କ ବଡ ଘୋଷଣା: ତିଆରି ହେବ ମ୍ୟାନେଜମେଣ୍ଟ କମିଟି
୧୪-ଏଗ୍ରିକଲ୍ଚର ଇନ୍ଫାଷ୍ଟ୍ରକ୍ଚର ଫଣ୍ଡ ଘୋଷଣା, ଦେଶରେ ହେବ ୫ଟି ବଡ ଫିଶିଂ ହବ୍
୧୫-୧୦୦ ନୂଆ ସୈନିକ ସ୍କୁଲ ଖୋଲିବ, ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
୧୬-ଜନଗଣନା ଡିଜିଟାଲ କରାଯିବ।
୧୭-୨୦୨୧-୨୨ ବିତ୍ତିୟ ନିଅଣ୍ଟ ୬.୮ରେ ରହିବା ଆକଳନ
୧୮-ପେନଶନ ପାଉଥିବା ସିନିଅର ସିଟିଜେନ୍ଙ୍କ ପାଇଁ ଇନ୍କମ୍ ଟାକ୍ସ ଛାଡ଼
୧୯-୯୫ ପ୍ରତିଶତ ଡିଜିଟାଲ କାରବାର ଏବଂ ୧୦ କୋଟି କାରବାର କରୁଥିବା କମ୍ପାନୀଙ୍କୁ ଅଡିଟରୁ ଛାଡ଼ ପାଇବେ
୨୦-ଅଫଡେବଲ୍ ହାଉସିଂ ରିହାତି ଏକ ବର୍ଷ ପାଇଁ ବୃଦ୍ଧି
୨୧-ମୋବାଇଲ ଫୋନ ମହଙ୍ଗା ହୋଇପାରେ, କଷ୍ଟମ ଶୁଳ୍କ ୨.୫ ପ୍ରତିଶତ ବୃଦ୍ଧି
୨୨-କପରରେ ୨.୫% ଏବଂ ଷ୍ଟିଲ ଉପରେ ୭.୫% ଶୁଳ୍କ ହ୍ରାସ
୨୩-ସୁନା, ରୂପା, ତମ୍ବା ଉପରେ କଷ୍ଟମ ଶୁଳ୍କ ହ୍ରାସ
୨୪-ବ୍ୟାଙ୍କ ବୁଡିଗଲେ ୧ ଲକ୍ଷ ବଦଳରେ ମିଳିବ ୫ ଲକ
୨୫-ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)